Latest Odisha News

BREAKING NEWS

ହଲିଉଡ଼ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଜାରି, ନଜର ଆସିଲେ ଆଲିଆ ଭଟ୍ଟ

ମୁମ୍ବାଇ: ନେଟଫ୍ଲିକ୍ସର ଅପକମିଂ ଆକ୍ସନ ଥ୍ରୀଲର ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଜାରି ହୋଇଛି। ଶନିବାର ରାତି ନେଟଫ୍ଲିକ୍ସ ପ୍ଲାଟଫର୍ମରେ ଏହା ଜାରି କରାଯାଇଛି। ଏହି ଚଳଚ୍ଚିତ୍ରରେ ହଲିଉଡ଼ ଅଭିନେତ୍ରୀ ଗାଲ୍ ଗୈଡୋଟ୍ ଏବଂ ଜାମି ଡୋର୍ନାନ୍ ଅଭିନୟ କରିଛନ୍ତି। ଏହାସହ ଆଲିଆ ଭଟ୍ଟ ହଲିଉଡରେ ଡେବ୍ୟୁ ମଧ୍ୟ କରିଛନ୍ତି। ଏହି ଭିଡିଓରେ ଚଳଚ୍ଚିତ୍ରର ପ୍ରଥମ ଫୁଟେଜ ସମେତ ହାଇ-ଆକ୍ସନର କିଛି ଦୃଶ୍ୟ ଜାରି କରାଯାଇଛି। ନେଟଫ୍ଲିକ୍ସର ୟୁଟ୍ୟୁବ୍ ଚ୍ୟାନେଲ୍ ଟୁଡମ୍: ଏ ନେଟଫ୍ଲିକ୍ସ ଗ୍ଲୋବାଲ୍ ଫ୍ୟାନ୍ ଇଭେଣ୍ଟରେ ଏହି ଭିଡିଓ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ଲାଟଫର୍ମରେ ୧୨୦ ରୁ ଅଧିକ ଫିଲ୍ମ ଟାଇଟଲ୍, ଟ୍ରେଲର, ଟ୍ରିଜର ଘୋଷଣା କରାଯାଇଥିଲା।

ଏହି ଚଳଚ୍ଚିତ୍ରରେ ଗାଲ୍ ଗୈଡୋଟ ସିଆଇଏ ଏଜେଣ୍ଟ ରେଚେଲ ଷ୍ଟୋନ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର କିଛି ଆକ୍ସନ ଏବଂ ଷ୍ଟଣ୍ଟ ସିନ ହେବା ପରେ ଗାଲ୍ ଗୈଡୋଟଙ୍କ ସହ ଆଲିଆ ଭଟ୍ଟଙ୍କର ଗୋଟିଏ ଝଲକ ନଜର ଆସିଛି। ଜାରି ହୋଇଥିବା ଭିଡିଓରେ ବ୍ରେକନେକ ଆକ୍ସନ ସିନର ଅନେକ ଷ୍ଟଣ୍ଟ ଦେଖିବାକୁ ମିଳିଛି। ଏହି ଭିଡିଓରେ ଆଲିଆ ବିଟିଏସ୍ ଫୁଟେଜରେ ନଜର ଆସିଛନ୍ତି, ଯେଉଁଠାରେ ସେ କୁହନ୍ତି, ‘ଏପରି କିଛି ଚରିତ୍ର ଅଛି ଯାହାକୁ ଆପଣ ସଂଯୋଗ କରନ୍ତି ଏବଂ ଅନୁଭବ କରନ୍ତି।’ ଭିଡିଓରେ ଏହା ମଧ୍ୟ ଜଣାପଡିଛି ଯେ ଏହି ଫିଲ୍ମରେ ତାଙ୍କ ଚରିତ୍ରର ନାମ କିୟା ଧାୱନ ରହିଛି। କିନ୍ତୁ ତାଙ୍କ ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ।

ସୂଚନା ଥାଉକିଯେ ଆଲିଆ ଭଟ୍ଟ ତାଙ୍କ ଗର୍ଭବତୀ ଅବସ୍ଥାରେ ଫିଲ୍ମ ପାଇଁ ଅନେକ ଆକ୍ସନ୍ ସିନର ସୁଟ୍ କରିଥିଲେ। ଚଳିତ ବର୍ଷର ପ୍ରାରମ୍ଭରୁ ଆଲିଆ ଗର୍ଭବତୀ ଅବସ୍ଥାରେ ସୁଟିଂ ସେଟରେ ଆସିଥିଲେ। ସେହି ସମୟରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଟମ୍ ହାରପର୍ଙ୍କ ନିର୍ଦ୍ଦେଶିତ ‘ହାର୍ଟ ଅଫ୍ ଷ୍ଟୋନ୍’, ଟମ୍ କ୍ରୁଜଙ୍କ ‘ମିଶନ୍ ଇମ୍ପସିବଲ୍’ ପରି ଏକ ଫ୍ରାଞ୍ଚାଇଜ୍ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଏହି ଚଳଚ୍ଚିତ୍ରରେ ଗାଲ୍, ଜେମି ଏବଂ ଆଲିଆଙ୍କ ବ୍ୟତୀତ ସୋଫି ଓକୋନେଡୋ, ମୈଥିଆସ୍ ସ୍ୱେଘୋଫର୍, ଜିଙ୍ଗ୍ ଲୁସି ଏବଂ ପଲ୍ ରେଡି ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.