Latest Odisha News

BREAKING NEWS

ଦୁନିଆର ସବୁଠାରୁ ହଣ୍ଟେଡ଼ ରାଜପଥ ‘ଆମେରିକା ହାଇୱେ ନଂ ୬୬୬’

ହୁଏତ ଆପଣ ବହୁତ ହଣ୍ଟେଡ଼ ବା ଭୟଭୀତ ସ୍ଥାନର କାହାଣୀ ଶୁଣିଥିବେ। ବିଶେଷ କରି ଭାରତରେ ଏପରି କାହାଣୀ ଏବଂ ଅନ୍ଧବିଶ୍ୱାସ କଥା ଅଧିକ ଆଲୋଚନା ହୁଏ। କିନ୍ତୁ ଆଜି ଆମେ ବିଦେଶର ଏକ ହାଇୱେ ବିଷୟରେ କହିବୁ ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆମେରିକାର ହାଇୱେ ନମ୍ବର ୬୬୬ ହେଉଛି ଦୁନିଆର ସବୁଠାରୁ ଭୟାନକ ରାଜପଥ। ଏଠାରେ ସବୁବେଳେ ହୃଦୟ ବିଦାରକ ଘଟଣା ଘଟେ। ଏହି ରାଜପଥରୁ ଯିଏ ଅତିକ୍ରମ କରେ ସେ ଅଦୃଶ୍ୟ ହୋଇଯାଏ।

ଆମେରିକାର ଏହି ରାଜପଥର ଇତିହାସ ବହୁତ ପୁରୁଣା। ଉକ୍ତ ହାଇୱେକୁ ‘ଡେଭିଲ୍ସ ରୋଡ଼ ବା ଦ ଡେଭିଲ୍ସ ହାଇୱେ’ କୁହାଯାଏ। ୨୦୧୩ ମସିହାରେ ରାଜପଥ ୬୬୬ର ନାମ ପରିବର୍ତ୍ତନ କରାଯାଇ ୪୯୧ କରାଯାଇଥିଲା। ରାଜପଥ ନିର୍ମାମ ହେବା ପରେ ୧୯୨୬ ମସିହାରେ ଏହାର ନାମ ୬୬୬ ରଖାଯାଇଥିଲା। ଏହାପରଠାରୁ ପ୍ରାୟ ସବୁବେଳେ କିଛି ନା କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସୁଥିଲା। ଯେପରି ଏହି ରାସ୍ତା ଦେଇ ଅତିକ୍ରମ କଲା ବେଳେ ମଣିଷ ଅଦୃଶ୍ୟ ହେଉଥିଲେ କିମ୍ବା ଯାନବାହାନ ମଧ୍ୟ ଅଦୃଶ୍ୟ ହୋଇଯାଉଥିଲା। ଏହା ବ୍ୟତିତ ଅନେକ ଥର ଦୁର୍ଘଟଣା ମଧ୍ୟ ଘଟିଛି।

ଡେଭିଲ୍ସ ହାଇୱେରେ ବାରମ୍ବାର ଦୁର୍ଘଟଣା ହେତୁ ଲୋକମାନେ ଏହି ରାଜପଥର ସଂଖ୍ୟା ପରିବର୍ତ୍ତନ କରିବାକୁ ଦାବି କରିଥିଲେ। କାରଣ ଏହି ଘଟଣା ପଛରେ ରାଜପଥର ଏପରି ସଂଖ୍ୟା ରହିଛି ବୋଲି ସେମାନେ ବିଶ୍ୱାସ କରୁଥିଲେ। ରାଜପଥର ନାମ ପରିବର୍ତ୍ତନ ହେବା ପରଠାରୁ ଦୁର୍ଘଟଣା କମିବାରେ ଲାଗିଲା।

କୁହାଯାଏ ଏହି ରାଜପଥର ଯେ ୧୯୩୦ ମସିହାରେ ଏକ କଳା ରଙ୍ଗର ପିଏର୍ସ-ଏରୋ ରୋଡଷ୍ଟାର୍ କାର ହଠାତ୍ ଏହି ରାଜପଥରୁ ଅଦୃଶ୍ୟ ହୋଇଯାଇଥିଲା। ଲୋକମାନେ ଉକ୍ତ କାରଟିକୁ ଅନେକ ଖୋଜିବାକୁ ଚେଷ୍ଟା କରିଥିଲେ କିନ୍ତୁ ପାଇନଥିଲେ। କୁହାଯାଉଛି ଯେ ରାଜପଥରେ ଘଟୁଥିବା ଦୁର୍ଘଟଣା ପଛରେ ଏହି କାରର ହାତ ରହିଛି। ରାଜପଥରେ ଘଟୁଥିବା ଭୟ ଏତେ ବଢିଯାଇଛି ଯେ ଏବେବି ଲୋକମାନେ ଏଠାକୁ ଯିବାକୁ ଚାହୁଁନାହାଁନ୍ତି।

Leave A Reply

Your email address will not be published.