Latest Odisha News

BREAKING NEWS

ବାଲେଶ୍ୱରରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତ ଜଣକ କିଛିଦିନ ପୂର୍ବରୁ ଓମାନରୁ ଫେରିଥିବା ଜଣାପଡ଼ିଛି । ସେ ପ୍ରଥମେ ଓମାନରୁ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର ଏବଂ ପରେ ନିଜ ଅଞ୍ଚଳ ସିମୁଳିଆକୁ ଆସିଥିଲେ । ଫେରିବା ପରେ ତାଙ୍କର ୨୮ ତାରିଖରେ ଆରଟିପିସିଆର ଟେଷ୍ଟ ହୋଇଥିଲା । ୨୯ ତାରିଖରେ ରିପୋର୍ଟ ଅନୁଯାୟୀ ସେ କୋରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ବିଦେଶରୁ ଫେରିଥିବାରୁ ୨୯ ତାରିଖ ଦିନ ହିଁ ତାଙ୍କର ଜେନେଟିକ ସିକ୍ୟୁଏନ୍ସି ପାଇଁ ସ୍ୱାବ୍ ପଠାଯାଇଥିଲା । ରବିବାର ରିପୋର୍ଟ ଆସିବା ପରେ ସେ ଓମିକ୍ରନ୍ ପଜିଟିଭ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କ କୋଭିଡ ଟେଷ୍ଟ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ତାଙ୍କ ପତ୍ନୀ ଓ ଭାଇଙ୍କ କୋରୋନା ପଜିଟିଭ ଆସିବା ପରେ ଜେନେଟିକ୍ ସିକ୍ୟୁଏନ୍ସି ପାଇଁ ନମୁନା ଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.