Latest Odisha News

BREAKING NEWS

ବରଫ ତଳୁ ଜର୍ମାନୀ ବୈଜ୍ଞାନିକ ପାଇଲେ ୭୭ ପ୍ରଜାତିର ପ୍ରାଣୀ

ନୂଆଦିଲ୍ଲୀ: ଜର୍ମାନୀର ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଆଂଟାର୍କାଟିକାର ବରଫ ସ୍ତର ତଳୁ ୭୭ ନୂତନ ପ୍ରଜାତିର ପ୍ରାଣୀ ସେମାନେ ଖୋଜି ବାହାର କରିଛନ୍ତି । ଗରମ ପାଣି ବ୍ୟବହାର କରି ସେମାନେ ବରଫ ଖଣ୍ଡ ଖୋଳିଥିଲେ । ୨୦୦ ମିଟର ତଳୁ ସେମାନଙ୍କୁ ଏହି ସଫଳତା ମିଳିଥିଲା । ବ୍ରୋୟୋଜୋନାସ (ମସ ଆନିମଲ୍ସ) ଓ ସେରପୁଲିଡ ୱର୍ମ ଶ୍ରେଣୀର ଏହି ଜୀବଗୁଡିକ ବରଫ ଭିତରେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ।

ସେମାନଙ୍କ ବାୟୋଡାଇଭରସିଟି ଉଚ୍ଚଶ୍ରେଣୀର ରହିଥିଲା । ବରଫ ଦୁନିଆ ତଳୁ ଆହୁରି ଅନେକ ରହସ୍ୟ ଏବେ ବି ଉଜାଗର ହୋଇପାରି ନାହିଁ ବୋଲି ଗବେଷକମାନେ କହିଛନ୍ତି ।

Leave A Reply

Your email address will not be published.