Latest Odisha News

BREAKING NEWS

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ତାଲିକା

ଭୁବନେଶ୍ୱର : ଯୁକ୍ତ ୩ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ ଗୁରୁବାର ଦିନ ପ୍ରକାଶ ପାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତ ଥର ପ୍ରଥମ ବର୍ଷ ଲାଗି ୨,୧୦,୪୪୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧,୮୮, ୪୪୬ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସାମସ୍ ଇନଚାର୍ଜ ମିହିର ଦାସ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଜୁଲାଇ ୧୮ରୁ ୨୧ ତାରିଖ ମଧ୍ୟରେ ଅନଲାଇନ୍ ଜରିଆରେ ଆଡମିଶନ୍ ଫି’ ଜମା କରିପାରିବେ । ପରେ ଜୁଲା ୧୯ରୁ ୨୩ ତାରିଖ ମଧ୍ୟରେ ନିଜ ପସନ୍ଦ ମୁତାବକ କଲେଜରେ ଆଡମିଶନ୍ ନେଇପାରିବେ ।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଦ୍ୱିତୀୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ସେହିପରି ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ ଅଗଷ୍ଟ ୧୪ରେ କରାଯିବ ବୋଲି ସୂଚନା ମିଳିଛି।

ତେବେ ଯୁକ୍ତ ତିନି ଲାଗି ରେଗୁଲାର କ୍ଲାସ୍ ଅଗଷ୍ଟ ୮ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.