Latest Odisha News

ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ପରବେଶ ବର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି ରେଖା ଗୁପ୍ତା ଦିଲ୍ଲୀର ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ।

ଏଥିପାଇଁ ବହୁତ ପ୍ରସ୍ତୁତି କରାଯାଇଛି । ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରେଖା ଗୁପ୍ତାଙ୍କ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ନେଇ ତାଙ୍କ ସମର୍ଥକମାନେ ଖୁସି ପ୍ରକାଶ କରିଛନ୍ତି । ରେଖା ଗୁପ୍ତାଙ୍କ ବାସଭବନ ବାହାରେ ମହିଳାମାନେ ପହଞ୍ଚିଛନ୍ତି ଯେଉଁମାନେ ରେଖା ଗୁପ୍ତାକୁ ସମର୍ଥନ କରୁଛନ୍ତି ।

ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି ଏବଂ କଲେଜ ସମୟରୁ ଅଖିଳ ଭାରତୀୟ ଛାତ୍ର ପରିଷଦ (ଏବିଭିପି) ସହିତ ଜଡିତ ଅଛନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (ଡିୟୁଏସୟୁ)ର ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନରେ ​​ମଧ୍ୟ ବିଜୟୀ ହୋଇଥିଲେ । ଏହା ବ୍ୟତୀତ ସେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ରହିସାରିଛନ୍ତି । ସେ ଶାଲିମାର ବାଗ ଆସନରୁ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୩୦ ହଜାର ଭୋଟରେ ପରାସ୍ତ କରିଛନ୍ତି ।

Comments are closed.