Latest Odisha News

ଏହି ୩ଟି ଖାଦ୍ୟ…ଶୋଷି ନେବ ଆପଣଙ୍କ ରକ୍ତ: ଆଜି ହିଁ ଛାଡନ୍ତୁ…

ଭୁବନେଶ୍ବର: ସାଧାରଣତଃ ଆମେ ଜାଣିଛେ, ଆମେ ଖାଉଥିବା ଖାଦ୍ୟ ଆମେ ଶରୀରକୁ କିଛି ନା କିଛି ପୋଷକ ତତ୍ତ୍ବ ଯୋଗାଇଥାନ୍ତି । କିନ୍ତୁ ଖାଦ୍ୟ ଭିତରେ କିଛି ଏମିତି ଖାଇବା ଅଛି, ଯାହା ଆପଣଙ୍କ ଶରୀରରେ ଥିବା ରକ୍ତର ପରିମାଣ ହ୍ରାସ କରିଦିଏ । ଶରୀରେ ଠିକ୍ ଭାବେ ଆଇରନ ଅବଶୋଷଣ ହୁଏ ନାହିଁ । ଆଉ ଶରୀରରେ ଆଇରନ ହେଉଛି, ସବୁଠୁ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ । ଯାହା ଶରୀରକୁ ଅମ୍ଳଜାନ ପହଞ୍ଚାଇବାରେ ସାହାର୍ଯ୍ୟ କରେ ।

ଏଭଳି ସ୍ଥିତିରେ ଆମେ ଆଜି ଆପଣଙ୍କୁ ଏମିତି କିଛି ଖାଇବା କହିବୁ, ଯାହାଠାରୁ ଆପଣ ଦୂରେଇ ରହିବା ଉଚିତ୍ । କାରଣ ଏହା ଶରୀରରୁ ରକ୍ତ ଶୋଷି ନେଇଥାଏ କହିଲେ ଅତ୍ୟକ୍ତି ହେବ ନାହିଁ ।

ଡ୍ୟେରୀ ପ୍ରଡକ୍ଟସ୍- ଡ୍ୟେରୀ ପ୍ରଡକ୍ଟସ୍ ଖାଇବା ଦ୍ବାରା ଏହା ଆମ ଶରୀରରେ କ୍ୟାଲସିୟମର ପରିମାଣ ତ ବୃଦ୍ଧି କରିଥାଏ, ହେଲେ ଆଇରନ ଅବଶୋଷଣ ପାଇଁ ଏହାକୁ ଉପଯୁକ୍ତ ମଣାଯାଏ ନାହିଁ । ଡ୍ୟେରୀ ପ୍ରଡକ୍ଟରେ ଥିବା କ୍ୟାଲସିୟମ ଶରୀରରେ ଆଇରନ ଅବଶୋଷଣ କରିବାରେ ବାଧା ସୃଷ୍ଟି କରେ । ଏମିତିରେ ଆପଣମାନେ ଆଇରନ ଯୁକ୍ତ ଖାଦ୍ୟ ସହିତ ଡ୍ୟେରୀ ପ୍ରଡକ୍ଟସ୍ ଖାଇବା ଉଚିତ୍ ନୁହେଁ ।

ଚାହା ଏବଂ କଫି- ଚାହା ଏବଂ କଫି ଅଧିକ ସେବନ କରିବା ଦ୍ବାରା ଏହା ବମ ଶରୀରର ଆଇରନ ଲେବଲ ଉପରେ କୁପ୍ରଭାବ ପକାଏ । ଚାହା ଏବଂ କଫି ଅଧିକ ପିଇବା ଦ୍ବାରା ଏହା ଆମ ଶରୀରରେ ଆଇରନ ଅବଶୋଷଣ କମାଇଦିଏ ।

ମାଦକ ଦ୍ରବ୍ୟ- ମଦ ପିଇବା ଦ୍ବାରା ଶରୀରରେ ଆଇରନର ପରିମାଣ ହ୍ରାସ ପାଇବା ସହ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ ।

ଏଥିସହିତ ଅଧିକ ପରିମାଣର ଗ୍ଲୁଟେନ୍ ଥିବା ଜିନିଷ ଖାଇବା ଦ୍ୱାରା ଶରୀରରେ ଲୌହ ଶୋଷଣ ହ୍ରାସ ପାଇଥାଏ । କିଛି ଔଷଧ, ଯେପରିକି ଏସିଡ୍ ହ୍ରାସକାରୀ, ଗ୍ୟାସ ମେଡିସିନ୍ ଏବଂ ଆଣ୍ଟିବାୟୋଟିକ୍, ଆଇରନ ଶୋଷଣକୁ ହ୍ରାସ କରିପାରେ ।

Comments are closed.