Latest Odisha News

BREAKING NEWS

ଆଠଗଡ଼ରେ କଲରାପତିରିଆ ବାଘର ମୃତ୍ୟୁ ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

କଟକ: କଟକ ଜିଲ୍ଲା ତଗିରିଆ ନିକଟସ୍ଥ ଆଠଗଡ ବନଖଣ୍ଡରେ କଲରାପତରିଆ ବାଘର ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବନ କର୍ମଚାରୀ ଫରେଷ୍ଟର ସୁଚରିତା ରାୟ ଓ ଫରେଷ୍ଟ ଗାର୍ଡ଼ ଚନ୍ଦନ ବେହେରାଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ ଆଠଗଡ଼ ବନଖଣ୍ଡରେ ଏକ ୧୦ ବର୍ଷୀୟ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ମୃତଦେହକୁ ବନବିଭାଗ ହତ୍ୟା କରି ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା ।

ବାଘର ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନଥିଲେ ମଧ୍ୟ ଶିକାରୀ ବସାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଥିଲା । ପରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.