ସମ୍ବଲପୁର: ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗରେ ବନ ବିଭାଗର ଚଢ଼ାଉ । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡ଼ରମା ଫରେଷ୍ଟ ରେଞ୍ଜ ଉଡସିଂଘ ଗାଁର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବିଭାଗ । ସେମାନଙ୍କ ଠାରୁ ୨ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଥିବାବେଳେ, ବିସ୍ପୋରକ ସାମଗ୍ରୀ ଜବତ କରିଛି ।
ବନବିଭାଗ ଜଙ୍ଗଲରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ନିରୀକ୍ଷଣ ପାଇଁ ଟ୍ରାଫ କେମେରା ଲଗାଇଥିବା ବେଳେ ଗତ କିଛିଦିନ ତଳେ କିଛି କେମେରା ଚୋରୀ ହୋଇଯାଇଥିଲା । ବନବିଭାଗ କେମେରା ଚୋରି ତନାଘନା ଜାରି ରଖି ଥିବା କାମେରା ଫୁଟେଜ ଯାଞ୍ଚ କଲାବେଳେ ଉଡିସିଂଘ ଗାଁର କିଛି ଅସାମାଜିକ ଲୋକ ଜଙ୍ଗଲ ଭିତରକୁ ବନ୍ଧୁକ ଧରି ଯିବା ସହ ଜନ୍ତୁ ଶିକାର କରିଥିବା ଜାଣିବାକୁ ପାଇଥିଲା ।
ଗତକାଲି ରାତିରେ ଉଡ଼ସିଂଘ ଗାଁରେ ଚଢ଼ାଉ କରି ୭ ଜଣଙ୍କୁ ଅଟକ ରଖିଥିବା ବେଳେ, ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।
ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ବିରଳ ପ୍ରାଣୀ ଚୋରା ଚାଲାଣ ରାକେଟ ସକ୍ରିୟ ରହିଛି। କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିବଲକଣା ଗାଁରେ ଚଢ଼ଉ କରି ବାଘଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାର ୪ଜଣ ଓ ରାୟଗଡା ଜିଲ୍ଲାର ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କ ଠାରୁ ତିନୋଟି ବାଇକ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି ।