କେନ୍ଦ୍ରାପଡ଼ା:ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗାଁର ଗୌରାଙ୍ଗ ସେଠୀଙ୍କ ଅପହରଣ ଓ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୮କୁ ବଢିଲା । ଗତ ଜୁନ ୩ ତାରିଖରେ ପ୍ରତାପ ମହାକୁଡ଼ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସୋମବାର ଅନ୍ୟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, ବବଲୁ ଦାସ, ବବଲୁ ମହାକୁଡ, ଲିପୁ ମହାକୁଡ ଓ ଟୁଟୁନି ମହାକୁଡ଼।
ପୋଲିସ ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ଛଡ଼,ମୋବାଇଲ ଓ ଏକ ବୋଲେରୋ ଗାଡ଼ି ଜବତ କରିଛି ।
ଖବରମୁତାବକ, ଗତ ୨୮ ତାରିଖ ଦିନ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଅରୁଣ ସେଠୀଙ୍କ ପୁଅ ଗୌରାଙ୍ଗଙ୍କୁ ଏକ ଗାଡ଼ି କାଚଭଙ୍ଗା ଘଟଣାକୁ ନେଇ ୬ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରି ଅପହରଣ କରି ନେଇଥିଲେ। ଅପହରଣ ହେବାର ୯ ଦିନ ପରେ ଗୌରାଙ୍ଗଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।