Latest Odisha News

ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରିଛି ବନବିଭାଗ : ସିଏଜି

ଭୁବନେଶ୍ବର:  ରାଜ୍ୟରେ ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏନେଇ ଆଜି ବିଧାନସଭାରେ ଆଗତ ହୋଇଥିଲା୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟରେ ଦର୍ଶାଯାଇଛି । 485 ବୃକ୍ଷୋରୋପଣ ମଧ୍ୟରୁ 191ଟି ସଫଳ ହୋଇନଥିବାରୁ ବିଭାଗ ଦ୍ବାରା 13.71 କୋଟି ଟଙ୍କାର ନିଷ୍ଫଳ ବ୍ୟୟ ହୋଇଥିବା ସିଏଜି ଧରିଛନ୍ତି । ଘଞ୍ଚ ଜଂଗଲ ମଧ୍ୟରେ ବୃକ୍ଷରୋପଣ କରାଯାଇନାହିଁ । ବଂର ପୁଥପାଥରେ ବୃକ୍ଷରୋପଣ କରାଯାଇଛି ।

 

ଯାଂଚବେଳେ ଏହାମଧ୍ୟ ଜଣାପଡିଛି ଯେ ବାଉଁଶ ଜଂଗଲରେ ଗୋଟିଏ ବି ବାଉଁଶ ଗଛ ଲଗାଯାଇନାହିଁ ଯାହା କୁହାଯାଇଛି ସବୁ ମିଛ । ସେପରି କିଛି ସ୍ଥାନ ନାହିଁ । ବେକାରରେ ବିହନ ବୁଣାନଯାଇ ତାର ଖର୍ଚରେ 63.19 କୋଟି ବ୍ୟୟ ହୋଇଛି । ସହରୀ ବନୀକରଣରେ ଅଯଥାରେ 39.80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସହରାଂଚଳରେ ବାଡ ପାଇଁ ତୃତୀୟ ବର୍ଷରେ ପାଣ୍ଠିର ଅନିୟମିତତା ଯୋଗୁଁ 14.82 କୋଟି ଅନିୟମିତତା ବ୍ୟୟ ହୋଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ଜଙ୍ଗଲ ନୀତି ଅନୁସାରେ ରାଜ୍ୟର ଜଙ୍ଗଲ ନୀତି ସେଭଳି କିଛି  ପ୍ରସ୍ତୁତ କରାଯାଇନାହିଁ ।  ରାଜ୍ୟରେ ଚାଲିଥିବା ବନୀକରଣ ପାଇଁ କିଛି ଯୋଜନା କି ଲକ୍ଷ୍ୟ ବି ନାହିଁ । ଏପରିକି ବନୀକରଣ ଯୋଜନା ସଂପର୍କରେ କିଛି ଲିଖିତ ଭାବରେ ରଖାଯାଇନାହିଁ ।

 

Leave A Reply

Your email address will not be published.