ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଏପ୍ରିଲରୁ ସିଂଘମ ୩ର ଶୁଟିଂ ଆରମ୍ଭ ହେବ ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ଅଜୟ ଦେବଗାନ ଏବେ ବ୍ୟସ୍ତ ଥିବାରୁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ହେବ ବୋଲି ସେ କହିଛନ୍ତି । ଏବେ ଦର୍ଶକ ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ଟ୍ରେଣ୍ଡ ବୃଦ୍ଧି ପାଇଲେ ସମସ୍ତ ପ୍ରଡ୍ୟୁସର ଏଥିପ୍ରତି ଧ୍ୟାନ ଦେବେ । ଅକ୍ଷୟ କୁମାର, ଅଜୟ ଦେବଗାନଙ୍କ ପରି କଳାକାରଙ୍କ ପାଇଁ ଏହା ସମସ୍ୟା ନୁହେଁ । ଏବେକାର ନୂତନ ପିଢ଼ୀ ସେମାନଙ୍କ ମ୍ୟାନେଜର କଥା ନ ଶୁଣି ଏଥିପ୍ରତି ଆଗଭର ହେବା ଉଚିତ । ହୀନମନ୍ୟତାର ଶୀକାର ନ ହୋଇ ସାମ୍ନା କରିବା ବୁଦ୍ଧିମାନର କାମ ହେବ ବୋଲି ରୋହିତ କହିଛନ୍ତି । ସିଂଘମ ୩ରେ ଏକ ମହିଳା ପୋଲିସ ଅଫିସରର ଏଂଟ୍ରି ହେବ । ପୂର୍ବ ନିର୍ଦ୍ଧାରିତ ୨୩ ଡିସେମ୍ବରରେ ଏହା ରିଲିଜ ହେବ ବୋଲି ସେ କହିଛନ୍ତି ।
BREAKING NEWS
- ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ
- ରଣଜୀ ଟ୍ରଫି: ବିନା ମ୍ୟାଚ୍ ଖେଳି ପରାଜୟର ସମ୍ମୁଖୀନ ହେଲା ଅରୁଣାଚଳ ପ୍ରଦେଶ
- ୩୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଧାରାବାହିକ ରାମାୟଣର ରାମ-ସୀତା
- Fresh Kuki-Naga clashes:ମଣିପୁରରେ ପୁଣି ହିଂସା; ୯ ଜଣଙ୍କ ମୃତ୍ୟୁ, ଶାନ୍ତି ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
- ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
- ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…
- CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ ସରକାରଙ୍କୁ ଘେରିଲେ CJP ନେତା
- Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ
- ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
- ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…

Comments are closed.