Latest Odisha News

BREAKING NEWS

ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେବ ସିଂଘମ ୩ର ଶୁଟିଂ

ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଏପ୍ରିଲରୁ ସିଂଘମ ୩ର ଶୁଟିଂ ଆରମ୍ଭ ହେବ ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ଅଜୟ ଦେବଗାନ ଏବେ ବ୍ୟସ୍ତ ଥିବାରୁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ସେ କହିଛନ୍ତି । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ ହେବ ବୋଲି ସେ କହିଛନ୍ତି । ଏବେ ଦର୍ଶକ ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି ଟ୍ରେଣ୍ଡ ବୃଦ୍ଧି ପାଇଲେ ସମସ୍ତ ପ୍ରଡ୍ୟୁସର ଏଥିପ୍ରତି ଧ୍ୟାନ ଦେବେ । ଅକ୍ଷୟ କୁମାର, ଅଜୟ ଦେବଗାନଙ୍କ ପରି କଳାକାରଙ୍କ ପାଇଁ ଏହା ସମସ୍ୟା ନୁହେଁ । ଏବେକାର ନୂତନ ପିଢ଼ୀ ସେମାନଙ୍କ ମ୍ୟାନେଜର କଥା ନ ଶୁଣି ଏଥିପ୍ରତି ଆଗଭର ହେବା ଉଚିତ । ହୀନମନ୍ୟତାର ଶୀକାର ନ ହୋଇ ସାମ୍ନା କରିବା ବୁଦ୍ଧିମାନର କାମ ହେବ ବୋଲି ରୋହିତ କହିଛନ୍ତି । ସିଂଘମ ୩ରେ ଏକ ମହିଳା ପୋଲିସ ଅଫିସରର ଏଂଟ୍ରି ହେବ । ପୂର୍ବ ନିର୍ଦ୍ଧାରିତ ୨୩ ଡିସେମ୍ବରରେ ଏହା ରିଲିଜ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.