ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କାନ ପ୍ରକ୍ରିୟା । ୯ ତାରିଖରେ ପାର୍ଥିପତ୍ର ଯାଞ୍ଚ । ୧୧ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ୧୮ ତାରିଖରେ ପଡ଼ିବ ଭୋଟ୍ । ବିଧାନସଭା ସଚ୍ଚିବାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।
ଜୁନ୍ ୧୮ ତାରିଖ ଅପରାହ୍ଣ ୫ଟାରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ-ନିର୍ବାଚନ ହେଉଛି ।
ଦେବାଶିଷ ସାମନ୍ତରାୟ ପଦ ଛାଡ଼ିବା ପରେ ଖାଲି ପଡ଼ିଥିବା ଆସନ ପାଇଁ ହେବ ଉପ-ନିର୍ବାଚନ । ଗତ ମେ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପଦରୁ ଦେଇଥିଲେ ଇସ୍ତଫା ।