Latest Odisha News

BREAKING NEWS

ବିଜେପିରେ ଯୋଗ ଦେଲେ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ ଭଦୁରିଆ ବିଜେପିରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଆରକେଏସ ଭଦୁରିଆ । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରୁ ଆରମ୍ଭ ହେବାକୁ ଥିବାବେଳେ ଫଳାଫଳ ଜୁନ୍ ୪ ରେ ଘୋଷଣା କରାଯିବ।

ଆରକେଏସ ଭଦୁରିଆ ସେପ୍ଟେମ୍ବର ୨୦୨୧ରେ ବାୟୁସେନା ମୁଖ୍ୟ ପଦରୁ ଅବସର ନେଇଥିଲେ। ତାଙ୍କ ଅବସର ପରେ ବାୟୁସେନା ମାର୍ସାଲ ବିବେକ ରାମ ଚୈଧୁରୀଙ୍କୁ ତାଙ୍କ ସ୍ଥାନରେ ବାୟୁସେନାର ମୁଖ୍ୟ କରାଯାଇଥିଲା । ଭଦୁରିଆ ୩୦ ସେପ୍ଟେମ୍ବର ୨୦୧୯ ରୁ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଦେଶର ବାୟୁସେନା ମୁଖ୍ୟ ଥିଲେ। ସେ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ବାସିନ୍ଦା । ସେ ରାଫେଲ ଜେଟକୁ ଭାରତ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବିମାନ ପାଇଁ ଫ୍ରାନ୍ସ ସହିତ ବୁଝାମଣା କରୁଥିବା ଦଳର ନେତୃତ୍ୱ ନେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଗାଜିଆବାଦ ଲୋକସଭା ଆସନରୁ ବିଜେପି ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୁରିଆଙ୍କୁ ଟିକେଟ ଦେଇପାରେ । ବର୍ତ୍ତମାନ ଏହି ଆସନରୁ ବିଜେପି ସାଂସନ ଅଛନ୍ତି ଜେନେରାଲ ଭି.କେ ସିଂ । ସେ ୨୦୧୪ ଏବଂ ୨୦୧୯ ରେ ଏହି ଆସନରୁ ନିର୍ବାଚନ ଜିତିଛନ୍ତି । ଚଳିତ ବର୍ଷ ନିର୍ବାଚନ ପାଇଁ ଗାଜିଆବାଦ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଏଭଳି ପରିସ୍ଥିତିରେ ଆରକେଏସ୍ ଭଦୁରିଆଙ୍କୁ ଏହି ଆସନରୁ ବିଜେପି ଛିଡା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପିରେ ଯୋଗଦେବା ପରେ ଅବସରପ୍ରାପ୍ତ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭଦୁରିଆ କହିଛନ୍ତି, “ମୋତେ ଦେଶ ଗଠନରେ ଯୋଗଦାନ କରିବାର ସୁଯୋଗ ଦେଇଥିବାରୁ ମୁଁ ପୁଣି ଥରେ ଦଳର ନେତୃତ୍ୱଙ୍କୁ ଧନ୍ୟବାଦ ଦେଉଛି। ମୁଁ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ବାୟୁସେନାରେ ରହି ଜନତାଙ୍କ ସେବା କରିଆସୁଛି।” ମୋର ସେବା ସମୟ ଗତ ୮ ବର୍ଷର ବିଜେପି ସରକାରଙ୍କ ନେତୃତ୍ୱରେ ଥିଲା ବୋଲି କହିଛନ୍ତି ଶ୍ରୀ ଭଦୁରିଆ । ”

 

Leave A Reply

Your email address will not be published.