Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୪ ଯାତ୍ରୀ ମୃତ, ୬ ଗୁରୁତର

ବଲରାଇ : ଉତ୍ତରପ୍ରଦେଶର ଇଟାୱା ସ୍ଥିତ ବଲରାଇ ରେଳ ଷ୍ଟେସନ୍ ନିକଟରେ ସୋମବାର ସକାଳେ ରାଜଧାନୀ ଏକ୍ସପ୍ରେସ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଅୱଧ ଏକ୍ସପ୍ରେସରୁ କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ରେଳ ଲାଇନ୍ କଡ଼ରେ ଠିଆ ହୋଇଥିବା ବେଳେ ଏହି ଅଘଟଣ ଘଟିଛି । ଯେତେବେଳେ ଅୱଧ ଏକ୍ସପ୍ରେସକୁ ଇଟାୱାଠାରେ ରୋକାଯାଇ ଲୁପ୍ ଲାଇନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍ କରାଯାଉଥିଲା ସେହିସମୟରେ ଦୁର୍ଭାଗ୍ୟବଶତଃ ରାଜଧାନୀ ଏକ୍ସପ୍ରେସ୍ ଉକ୍ତ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ତେବେ ଗୁରୁତର ଆହତ ମାନଙ୍କୁ ସାଇଫାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.