Latest Odisha News

BREAKING NEWS

ଆଜି ଟେଣ୍ଡର୍, ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏଯାଏଁ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିନାହିଁ ବୋଲି ଶନିବାର ଦିନ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ।

ଏହି ବର୍ଷଠାରୁ ପୁରୀ ରଥଯାତ୍ରା ସିଧାପ୍ରସାରଣରେ ରୋକ୍ ଲଗାଇବେ ଶ୍ରୀମନ୍ଦିର ପ୍ରଶାସନ । ଏପରିକି ଟିଭି ଚ୍ୟାନେଲରେ ରଥଯାତ୍ରା ସିଧାପ୍ରସାରଣ ସହିତ ମହାପ୍ରଭୁଙ୍କ ବିଭିନ୍ନ ପର୍ବ ପର୍ବାଣୀରେ ଟେଣ୍ଡର୍ ଦ୍ୱାରା ନିଲାମ କରାଯାଇ ଏହାର ପ୍ରସାରଣ ବଣ୍ଟନ କରାଯିବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଏହାକୁ ନେଇ ଓଡ଼ିଶାର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଏସମ୍ପର୍କୀତ ଏକ କାର୍ଯ୍ୟାନୁଷ୍ଠାନ ୨୦୧୧ରେ ନେବାକୁ ଚେଷ୍ଟା କରିଥିଲି ମାତ୍ର ଏହା କାର୍ଯ୍ୟକାରୀ ହୋଇପାରିନଥିଲା । “ଯେହେତୁ ଆପଣମାନେ ରଥଯାତ୍ରା ପ୍ରସାରଣ ସମୟରେ ବିଭିନ୍ନ କମ୍ପାନୀମାନଙ୍କଠାରୁ ପ୍ରଚୁର କମର୍ସିଆଲ୍ ଆଡ଼ଭାର୍ଟାଇଜ ପାଉଛନ୍ତି, ମାତ୍ର ଶ୍ରୀମନ୍ଦିରକୁ କିଛି ବି ଦେଉନାହାନ୍ତି । ତେଣୁ, ଟେଣ୍ଡର୍ ମାଧ୍ୟମରେ ସିଧା ପ୍ରସାରଣ କରାଗଲେ ଶ୍ରୀମନ୍ଦିରକୁ ଏବାବଦରେ କିଛି ଅର୍ଥ ମିଳିପାରିବ । ସୋମବାର ଅପରାହ୍ନରେ ଏହି ଟେଣ୍ଡର ବିଡ୍ କରାଯିବ,” ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ।

ତେବେ ବିଭିନ୍ନ ଟିଭି ଚ୍ୟାନେଲରେ ସିଧାପ୍ରସାରଣ ସମ୍ପର୍କରେ କ’ଣ ଅଧିକାରରେ କିପରି ରୋକ୍ ଆସିବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସୋମବାର ଦିନ ବିଡ଼ିଂ ପରେ ହିଁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

Leave A Reply

Your email address will not be published.