Latest Odisha News

BREAKING NEWS

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ୍

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ଅଧିକାରୀଙ୍କୁ ମିଳିଲା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପକ୍ଷରୁ ମେଡାଲ୍ । ବର୍ଷ ୨୦୨୧ ପାଇଁ ମୋଟ୍ ୧୫୨ ଜଣଙ୍କୁ ପ୍ରଦାନ କରାଯାଇଛି  ପଦକ । ଏହି ତାଲିକାରେ ଅଛନ୍ତି ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀ । ଏମାନଙ୍କ ଭିତରେ ଦୁଇ ଜଣ ଇନିସପେକ୍ଟର ଓ ଦୁଇ ଜଣ ଏସଆଇ ଅଛନ୍ତି ।

ମେଡାଲ ତାଲିକାରେ ଥିବା ଦୁଇ ଇନିସପେକ୍ଟର ଦେଲେ ଦେବେନ୍ଦ୍ର କୁମାର ମଲ୍ଲିକ ଓ ଦେବେନ୍ଦ୍ର କୁମାର ବିଶ୍ୱାଳ । ଦେବେନ୍ଦ୍ର ମଲ୍ଲିକ ଏବେ ଆଠଗଡ଼ ଏସଡିପିଓ ଅଛନ୍ତି । ସେହିପରି ଦେବେନ୍ଦ୍ର ବିଶ୍ୱାଳ ଏବେ ଚନ୍ଦକା ଥାନା ଆଇଆଇସି ଅଛନ୍ତି । ସେହିପରି ଦୁଇ ଏସଆଇ ହେଲେ ତୃପ୍ତୀରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁ ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ପଦକ ପାଇଥିଲା ପୋଲିସ ଅଧିକାରୀଙ୍କ ଭିତରେ ସିବିଆଇର ୧୫ ଜଣ ଅଛନ୍ତି । ସେହିପରି ୧୧ ଜଣ ଲେଖାଏ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ପୋଲିସ ଅଧିକାରୀ ଅଛନ୍ତି । ଉତ୍ତରପ୍ରଦେଶରେ ୧୦ ଜଣ, କେରଳ ଓ ରାଜସ୍ଥନରୁ ୯ ଜଣ ଲେଖାଏ ପଦକ ପାଇଛନ୍ତି ।

ସେହିପରି ତାମିଲନାଡୁର ୮, ବିହାରରୁ ୭ ଏବଂ ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ପୋଲିସର ୬ ଜଣ ଲେଖାଏ ଅଧିକାରୀ ଅଛନ୍ତି । ମୋଟ୍ ୨୮ ଜଣ ମହିଳା ପୋଲିସ ଅଧିକାରୀଙ୍କୁ ବି ତଦନ୍ତରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଚି ପ୍ରଦାନ କରାଯାଇଛି କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ୍ ।

ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ୱାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା ଆରମ୍ଭ କରାଯାଇଥିଲା।

Leave A Reply

Your email address will not be published.