Latest Odisha News

BREAKING NEWS

୧୩୦ତମ ଡୁରାଣ୍ଡ କପ ଫୁଟବଲ ସେପ୍ଟମ୍ବର ୫ରୁ

କୋଲକାତା: ୧୩୦ତମ ଡୁରାଣ୍ଡକପ ଫୁଟବଲ ସେପ୍ଟମ୍ବର ୫ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ଗତ ବର୍ଷ ଏହା ଆୟୋଜିତ ହୋଇପାରି ନ ଥିଲା । ବିଶ୍ୱର ତୃତୀୟ ଏବଂ ଏସିଆର ସର୍ବପୁରାତନ ଏହି ଟୁର୍ଣ୍ଣାମେଂଟ ୧୮୮୮ରେ ପ୍ରଥମେ ହିମାଚଳପ୍ରଦେଶରେ ଆରମ୍ଭ ହୋଇଥିଲା । ସର୍ବଭାରତୀୟ ଫୁଟବଲ ଫେଡେରେଶନ, ପଶ୍ଚିମବଙ୍ଗ ଆସୋସିଏଶନ ଓ ପଶ୍ଚିମବଙ୍ଗ ସରକାରଙ୍କ ମିଳିତ ଉଦ୍ୟମରେ ଚଳିତ ବର୍ଷ ଏହା ଆୟୋଜିତ ହେବାକୁ ଯାଉଛି ।

ମୋହନବାଗାନ ଓ ଇଷ୍ଟବେଙ୍ଗଲ ଏହି ଟୁର୍ଣ୍ଣାମେଂଟରେ ସବୁଠାରୁ ସଫଳ ଦଳ ଭାବେ ୬ଥର ଲେଖାଁଏ ଚାମ୍ପିୟନ ହୋଇଛନ୍ତି । ୧୬ଟି ଟିମ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କୋଲକାତା ବିଭିନ୍ନ ପଡିଆରେ ଏହି ମ୍ୟାଚଗୁଡିକ ଖେଳାଯିବ ।

Leave A Reply

Your email address will not be published.