Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ଜଣଙ୍କର ମୃତ୍ୟୁ

ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬ଜଣ ଶିଶୁ । ଦୁର୍ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇଓ୍ୱେରେ ଏହି ଦୁର୍ଘଟଣା ଘଟିଛି ।

ବରଯାତ୍ରୀରେ ସାମଲ ପରେ ସମସ୍ତେ ବୋଲେରୋ ଯୋଗେ ଘରକୁ ଫେରୁଥିଲେ । ଏତିକିବେଳେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବୋଲେରୋ । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ ବୋଲେରୋ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା ।

ଦୁର୍ଘଟଣା ଶବ୍ଦ ଶୁଣି ଆଖପାଖରେ ଥିବା ଲୋକ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ମୃତଦେହଗୁଡ଼ିକ ବୋଲେରୋ ଭିତରେ ଚାପି ହୋଇ ରହିଥିଲା । ପୋଲିସ ପହଞ୍ଚି ଗ୍ୟାସ କଟର ଯୋଗେ ବୋଲେରୋକୁ କାଟି ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.