Latest Odisha News

BREAKING NEWS

କିପରି ପାଇବେ ଗ୍ୟାସ ସମସ୍ୟାରୁ ମୁକ୍ତି…

ଭୁବନେଶ୍ୱର:ଗ୍ୟାସ ହେବା କୌଣସି ରୋଗ ନୁହେଁ। ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ।

ଲକ୍ଷଣ:

ପେଟରେ ଗ୍ୟାସ୍‌ ହେଲେ ସାଧାରଣତଃ ବାନ୍ତି ହେବା ଭଳି ଲକ୍ଷଣ ଦେଖାଦିଏ।

ଖାଦ୍ୟ ହଜମ ହୋଇନପାରିଲେ ପେଟରେ ସାଧାରଣତଃ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।ଭୋକ କମିଯିବା,ଓଜନ କମିଯିବା ଏସବୁ ଏହାର ପ୍ରମୁଖ ଲକ୍ଷଣ।

ବେଳେ ବେଳେ ଲୋକ କହନ୍ତି ଯେ, ସେମାନଙ୍କ ଛାତି ପୋଡ଼ୁଛି, ହାକୁଟି ହେଉଛି ବା ତଣ୍ଟି ପାଖରେ କିଛି ଲାଖି ରହିବା ଭଳି ଲାଗୁଛି, ତେବେ ଏହାକୁ ଗାର୍ଡ (GERD) ବୋଲି କୁହାଯାଏ। ସାଧାରଣତଃ ଆମ ପେଟରେ ଏସିଡ୍‌ ଥାଏ। ଖାଦ୍ୟ ସଠିକ୍‌ ଭାବରେ ହଜମ କରିବା ପାଇଁ ଏସିଡ୍‌ ନିହାତି ଜରୁରୀ। ଯଦି ସେହି ଏସିଡ୍‌ ଖାଦ୍ୟ ନଳି ଦେଇ ଛାତି ଉପରକୁ ଯାଏ, ତାହାକୁ ଗାର୍ଡ ବୋଲି କୁହାଯାଏ।

ପ୍ରତିକାର:

ଖାଇବା ପରେ ୧୦ରୁ ୧୫ ମିନିଟ୍‌ ଏପଟ ସେପଟ ହେବା ଭଲ। ଏହାଛଡ଼ା ଖାଇବାର ୧ ଘଣ୍ଟା ଯାଏ ଶୁଅନ୍ତୁ ନାହିଁ। ଯଦି ଖାଇବା ପରେ ପରେ ଶୋଇପଡ଼ିବେ, ତେବେ ଖାଦ୍ୟ ଉପରକୁ ଉଠିଯିବାର ଆଶଙ୍କା ଅଧିକ। ଫଳରେ ଛାତି ପୋଡ଼ିବା ଓ ଛାତିରେ କିଛି ଅଟକିଲା ଭଳି ଲାଗିବା। ଖାଇବାର ୩୦ ମିନିଟ୍‌ ପରେ ପାଣି ପିଇବା ଉଚିତ।

ଦିନରେ ଅଳ୍ପ ଅଳ୍ପ କରି ୫ରୁ ୬ ଥର ଖାଇବା ଜରୁରୀ। ଅଧିକ ସମୟ ଧରି ଖାଲି ପେଟରେ ରହିବା ଉଚିତ ନୁହେଁ କିମ୍ବା ଏକାଥରରେ ଅଧିକ ଖାଇବା ବି ଠିକ୍‌ ନୁହେଁ।

ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣିଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ।

ଗ୍ୟାସ୍‌ ସମସ୍ୟାକୁ ଏଡ଼ାଇବାକୁ ସକାଳେ ସନ୍ଧ୍ୟାରେ ଏକ୍ସରସାଇଜ କରନ୍ତୁ। ଜୋର ଜୋର କରି ଚାଲନ୍ତୁ।

ତେଲ ମସଲା, ଛଣାଛଣି, ଅଧିକ ରାଗ, ଫାଷ୍ଟଫୁଡ୍‌କୁ ଭଳି ଯେଉଁ ଖାଦ୍ୟ ଖାଇଲେ ଗ୍ୟାସ୍‌ ହେଉଛି, ସେହି ଖାଦ୍ୟ ଖାଆନ୍ତୁ ନାହିଁ।

ଡାଏବେଟିସ୍‌ ଥିଲେ ଏହାକୁ ନିୟନ୍ତ୍ରଣ କରନ୍ତୁ।

Leave A Reply

Your email address will not be published.