Latest Odisha News

ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ

ଭୁବନେଶ୍ଵର: ପୂର୍ବ ଭାରତର ଏହି ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଆମ୍ରି ହସ୍ପିଟାଲ ଜନସାଧାରଣଙ୍କୁ ସେବା ଯୋଗାଇବା ନିମନ୍ତେ ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକର ଶୁଭାରମ୍ଭ କରିଛି । ଏଠାରେ ଆସନ୍ତା ମେ’ ୮ ତାରିଖରେ ଏକ ମାଗଣା ଯକୃତ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଆୟୋଜନ କରୁଛି ।

ଲିଭର ପ୍ରତିରୋପଣ ସର୍ଜନ ଡକ୍ଟର ରାଜଶେଖର କେ କହିଛନ୍ତି, ଯକୃତ ରୋଗର ଶେଷ ପର୍ଯ୍ୟାୟରେ ଯକୃତ ପ୍ରତିରୋପଣ କରିବା ଦ୍ୱାରା ନିଶ୍ଚୟ ଏହି ସମସ୍ୟାର ସମାଧାନ ହୋଇପାରିବ । ଯକୃତ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ହେଲେ ଠିକ୍ ସମୟରେ ପରାମର୍ଶ ଏବଂ ଅସ୍ତ୍ରୋପଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ୍ରି ହସ୍ପିଟାଲର ପରିସରରେ ଲିଭର କ୍ଲିନିକ୍ ଉଦଘାଟନୀ ଦିବସରେ ସେଠାକୁ ଯାଇ ଡାକ୍ତରଙ୍କ ପାଖରୁ ସଠିକ୍ ପରାମର୍ଶ ନେବା ପାଇଁ ଆମେ ସମସ୍ତଙ୍କୁ ଉତ୍ସାହିତ କରୁଛୁ ।

ଏହି ଅବସରରେ ଆମ୍ରି ହସ୍ପିଟାଲର ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ବରିଷ୍ଠ ପରାମର୍ଶଦାତା ଡାକ୍ତର ପ୍ରତାପ ବେହେରା ସ୍ୱାସ୍ଥ୍ୟ ଉପରେ ଯକୃତର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରି କହିଥିଲେ, ଆମ ଲିଭର ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା, ନିୟମିତ ବ୍ୟାୟାମ ଏବଂ ମଦ୍ୟପାନକୁ ନିୟନ୍ତ୍ରଣ କରିବା ଭଳି ସରଳ ଜୀବନଶୈଳୀ ଯକୃତ ରୋଗର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିପାରେ ।

ସେହିପରି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ପରାମର୍ଶଦାତା ଡାକ୍ତର ଜ୍ଞାନରଞ୍ଜନ ରାଉତ ଯକୃତ ରୋଗ ଉପରେ ଆଲୋକପାତ କରି ଉଦବେଗ ପ୍ରକାଶ କରି କହିଥିଲେ, କ୍ରନିକ୍ ଲିଭର ରୋଗ ପ୍ରାୟତଃ ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ । ଏହା ଅନେକ ସମୟରେ ଗମ୍ଭୀର ଜଟିଳତା ସୃଷ୍ଟି କରିଥାଏ । ଏଣୁ ଯକୃତ ସ୍ୱାସ୍ଥ୍ୟ ଉପରେ ଏହି ଉତ୍ସର୍ଗୀକୃତ ଦିନ ପାଇଁ ମେ ୮ରେ ଆମ୍ରି ସହ ଯୋଡି ହେବାକୁ ଏବଂ ସୁସ୍ଥ ଯକୃତ ପାଇଁ ସକ୍ରିୟ ପଦକ୍ଷେପ ନେବା ପାଇଁ ଡକ୍ଟର ରାଉତ ଆହ୍ୱାନ ଦେଇଥିଲେ ।

ମାଗଣା ଲିଭର ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଅଂଶଗ୍ରହଣକାରୀମାନେ ପ୍ରଶଂସନୀୟ ପରାମର୍ଶ ଦ୍ୱାରା ଉପକୃତ ହୋଇପାରିବେ । ଏକ ବିଶେଷଜ୍ଞ ଟିମର ମାର୍ଗଦର୍ଶନରେ ଯକୃତର ସୁସ୍ଥତା ସୁନିଶ୍ଚିତ କରିବାର ସୁଯୋଗ ପାଇବେ ଅଂଶଗ୍ରହଣକାରୀ ।

ଲିଭର ସଠିକ୍ ଯତ୍ନ ନେବା ପାଇଁ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡାକ୍ତର ପ୍ରତାପ ବେହେରା ଓ ଡାକ୍ତର ଜ୍ଞାନରଞ୍ଜନ ରାଉତଙ୍କଠାରୁ ଉଚିତ୍ ପରାମର୍ଶ ପାଇ ପାରିବେ। ଅଭିଜ୍ଞ ଡାକ୍ତରଙ୍କ ଠାରୁ ସମ୍ପୂର୍ଣ୍ଣ ଡାଇଗ୍ନୋଷ୍ଟିକ୍ ସମର୍ଥନ ପାଇବା ସହ ରେଡିଓଲୋଜିକାଲ୍ ମାଧ୍ୟମରେ ଯକୃତର ରୋଗକୁ ଚିହ୍ନଟ କରିପାରିବେ ।

ଆମ୍ରି ହସ୍ପିଟାଲ ହେଉଛି ପୂର୍ବ ଭାରତର ସର୍ବବୃହତ ଘରୋଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ। ଏହାର ଓଡ଼ିଶାର ଭୁବନେଶ୍ୱରରେ ଚାରିଟି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ରହିଛି । ପ୍ରାୟ ୧୨୦୦ ଶଯ୍ୟା ଏବଂ ଅତ୍ୟାଧୁନିକ ସୁବିଧା ସହିତ ଆମ୍ରି ଉଦାହରଣମୂଳକ କ୍ଲିନିକାଲ୍ ଟେଷ୍ଟିଂ ଏବଂ ଗୁଣାତ୍ମକ ସେବା ପ୍ରଦାନ କରୁଛି । ଏଠାରେ ବିଶିଷ୍ଟ ଡାକ୍ତର, ଉତ୍ତମ ପ୍ରଶିକ୍ଷିତ ନର୍ସିଂ ଏବଂ ପାରାମେଡିକାଲ କର୍ମଚାରୀଙ୍କ ଦ୍ୱାରା ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ଏକ ଭରସାଯୋଗ୍ୟ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ।

Leave A Reply

Your email address will not be published.