Latest Odisha News

BREAKING NEWS

ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର; ଖୁବଶୀଘ୍ର ନନ୍ଦନକାନନ ଆସିବେ ଧଳା ଗଣ୍ଡା ଓ ଆଫ୍ରିକା ସିଂହ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖୁବଶୀଘ୍ର ଧଳା ଗଣ୍ଡା ଓ ଆଫ୍ରିକା ସିଂହ ସହ ଅନ୍ୟ ବିଦେଶୀ ପଶୁ ଆସିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହା ପଶୁପ୍ରେମୀଙ୍କ ପାଇଁ ଏକପ୍ରକାର ଖୁସି ଖବର। ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ଦିନ ନନ୍ଦନକାନନ…

ଦିଲ୍ଲୀ ପ୍ୟାରେଡ୍ ଦେଖିବେ ୫୦ଜଣ ଆଦିବାସୀ ଅତିଥି; ଓଡ଼ିଶାରୁ ୨ ଜଣ ନିମନ୍ତ୍ରିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ମୟୂରଭଂଜ ଜିଲ୍ଲାର ୨ଜଣ ସାନ୍ତାଳୀ ଆଦିବାସୀ । ଦୁହେଁ ଭିଆଇପି ଗ୍ୟାଲେରୀରେ ବସି ପରେଡ୍ ମଜା ନେବେ । ଏଥିପାଇଁ ଦୁହେଁ ଆଜିରେ ଦିଲ୍ଲୀରେ ପହଂଚିଛନନ୍ତି । ଏହି ଦୁଇ ଜଣ ହେଲେ ମୟୂରଭଂଜ ଜିଲ୍ଳା ଖୁଂଟା ବ୍ଲକ ହାତୀ ସାହିଁ ଗାଁର…

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା…

ଭାରତ ଗସ୍ତରେ ବ୍ରାଜିଲ ରାଷ୍ଟ୍ରପତି: ସାଧାରଣତନ୍ତ୍ର ଦିବସରେ ସାଜିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ । ଏଥପାଇଁ ସେ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ୨୪ରୁ ୨୭ ତାରିଖ ଯାଏ ଭାରତରେ ରହିବେ । ଏଥିସହ ତାଙ୍କ ୮ ଜଣ ମନ୍ତ୍ରୀ, ବ୍ରାଜିଲ ପାର୍ଲାମେବଂଟର ୪ ଜଣ ସଦସ୍ୟ,…

ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ

କଳିଙ୍ଗନଗର/ମୁମ୍ବାଇ: ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଲାଇଟହାଉସ୍ ନେଟ୍‌ୱର୍କ ହେଉଛି ଏକ କ୍ଷୁଦ୍ର କିନ୍ତୁ ବର୍ଦ୍ଧିଷ୍ଣୁ କର୍ପୋରେଟ ଗୋଷ୍ଠୀ ଯାହା…

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୭ ବର୍ଷରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ଜଗନ୍ନାଥ ରାଉତ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ…

କେବେ ଭାବିଛନ୍ତି କି ନାନା ବାୟା ଗୀତ ଶୁଣି କାହିଁକି ଶୋଇ ପଡନ୍ତି ଶିଶୁ, ଜାଣନ୍ତୁ…

ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ । ସେ " ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି" ହେଉ କି "ଧୋ ରେ ବଇଆ ଧୋ" ହେଉ । କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ…

କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ: ଏଏସଆଇ ଓ କେନ୍ଦ୍ର ନେବେ ସଂରକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସହ ଆଲୋଚନା କରିବେ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ…

ମା’ ବିରଜାଙ୍କ ସ୍ଵନକ୍ଷତ୍ର ଦିବସ; ଚଳଚଞ୍ଚଳ ଯାଜପୁର

ଯାଜପୁର: ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଆଜି ସ୍ୱନକ୍ଷତ୍ର ଦିବସ । ଜଗତଜିତା ଦୟାମୟୀ ବିପଦହାରିଣୀ ମା’ ବିରଜା ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ଜନ୍ମତିଥିରେ କରୁଣାମୟୀ ମା’ ସାବିତ୍ରୀ ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି । ମାଙ୍କର ଏହି ବେଶ ଦର୍ଶନ କଲେ…

ରାଜ୍ୟବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏହି ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…