Latest Odisha News

BREAKING NEWS

ଚାଷୀଙ୍କୁ ଋଣ ଦେବାରେ ବ୍ୟାଙ୍କର ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଗକୁ ଆସିଲେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର…

ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ: ଗୁରୁ ରାମହରି ଦାଶଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’

ଭୁବନେଶ୍ୱର:ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ତରଫରୁ ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ-୨୦୧୯ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଗୁରୁ ରାମହରି ଦାସଙ୍କୁ ‘ଗୁୁରୁ ସିଂହାରୀ ସମ୍ମାନ’, ସୁଶ୍ରୀ ବୀଣାପାଣି ନାୟକଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ରୁପକ ପରିଡ଼ାଙ୍କୁ ‘ଗୁରୁ ଗୋପାଳ…

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅନ୍ତିମ କାର୍ଯ୍ୟଦିବସ; ସେ ଦେଇଥିବା କେତେକ ଐତିହାସିକ ରାୟ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟାଧିଶ ରଞ୍ଜନ ଗୋଗୋଇଙ୍କର ଆଜି ହେଉଛି ନ୍ୟାୟାଳୟରେ ଅନ୍ତିମ କାର୍ଯ୍ୟଦିବସ । ସେ ଆସନ୍ତା ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ମାତ୍ର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ…

ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ: ମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ରୁ ପୂର୍ବପରି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜୋରିମାନା ମଧ୍ୟ ଆଦାୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ…

ରାଜଧାନୀରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ କେହି ଦୁବୃର୍ତ୍ତ ଶୁକ୍ରବାର ଦିନ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ,…

ମହଙ୍ଗା ହେଲା ଟ୍ରେନ ଖାଦ୍ୟ; ଜାଣନ୍ତୁ ପରିବର୍ତ୍ତିତ ଦର

ମୁମ୍ବଇ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ବୃଦ୍ଧି ପାଇବାକୁ ଯାଉଛି ଟ୍ରେନ ଖାଦ୍ୟର ଦାମ୍‍ । ଏନେଇ ରେଲୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ-ପାନୀୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ସର୍କୁଲାର୍‍ ଜାରି କରାଯାଇଛି। ରେଲୱେ ବୋର୍ଡ଼ ସର୍କୁଲାର୍‍ ଅନୁସାରେ, ଆଇଆରସିଟିସିର…

ବିଜେଡିର ୩ ବରିଷ୍ଠ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ବରିଷ୍ଠ ନେତାଙ୍କୁ  ଦେଇଛନ୍ତି ନୂଆ ଦାୟିତ୍ୱ । ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସଧାରଣ ସମ୍ପାଦକ(ଅର୍ଗାନାଇଜେସନ) ଓ ସଞ୍ଜୟ ଦାସ ବର୍ମାଙ୍କୁ ହେଡ…

ଆରପାରିରେ ବିଶିଷ୍ଟ ପରିବେଶବିତ୍ ନଦିଆଚାନ୍ଦ କାନୁନଗୋ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍,ବନ୍ୟପ୍ରାଣୀ ବିଶେଷଜ୍ଞ, ସ୍ତମ୍ଭକାର ତଥା ଲେଖକ ନଦିଆଚାନ୍ଦ କାନୁନଗୋଙ୍କର ଗୁରୁବାର ସକାଳେ ନୀଳାଦ୍ରି ବିହାରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା…

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

‘ବୁଲବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍, କରୁଛନ୍ତି କ୍ଷୟକ୍ଷତିର ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ…