Latest Odisha News

BREAKING NEWS

‘ଆଇଆଇଏମସି’ରେ ୨୦୨୦-୨୧ ଶିକ୍ଷାବର୍ଷରୁ ଆରମ୍ଭ ହେବ ମାଷ୍ଟର କୋର୍ସ !

ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ୨୦୨୦-୨୧ ଶିକ୍ଷା ବର୍ଷରୁ ପୋଷ୍ଟ ଗ୍ରାଜୁଏଟ ଡ଼ିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ସୂଚନା ମିଳିଛି । କିଛି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଗାମୀ ବର୍ଷ ଠାରୁ ଏହି ଶିକ୍ଷାନୁଷ୍ଠାନ ହେଲଥ କମ୍ୟୁନିକେସନ ଗଭରନାନ୍ସ, ଗଣମାଧ୍ୟମ ଓ ନ୍ୟୁ…

ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯବାନ

ଜୟପୁର: ଜୟପୁର ସ୍ଥିତ ଏକ କୋର୍ଟ ଭାରତୀୟ ସେନାର ଜଣେ ଯବାନ ବିଚିତ୍ର ବେହେରାଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ଦିନ ରାଜସ୍ଥାନର ଇଣ୍ଟେଲିଜେନ୍ସ ପୋଲିସଙ୍କୁ ଅନୁମତି ପ୍ରଦାନ କରିଛି । ସୋସିଆଲ ମିଡ଼ିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନି ଆଇଏସଆଇ ଏଜେଣ୍ଟକୁ ଗୁପ୍ତ ତଥ୍ୟ ପ୍ରଦାନ…

ଅଜମେର-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହଣ୍ଡପା ଷ୍ଟେସନ୍ ନିକଟରେ ଗୁୁରୁବାର ଦିନ ଅଜମେର-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଟ୍ରେନଟି ପୁରୀ ଅଭିମୁଖେ ଗସ୍ତ କରିଥିବା ବେଳେ ହଣ୍ଡପା ଷ୍ଟେସନ୍ ନିକଟରେ କୌଣସି କାରଣବଶତଃ ଏଥିରୁ ଧୁଆଁ…

ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ସ୍ବପ୍ନ ଟିଏ- ଏ ଡ୍ରିମ’

ଭୁବନେଶ୍ୱର: ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ' ସ୍ବପ୍ନ ଟିଏ- ଏ ଡ୍ରିମ' । ମିଲନ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍ଗ ପିଲାମାନଙ୍କ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ମାଧ୍ୟମରେ…

ନିଜ ବାହାଦୁରି ପାଇଁ ଆଇଆଇସି ଅରୁଣ ସ୍ବାଇଁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଘଟିଥିବା ଛୁରୀ ମାଡ଼ ଆକ୍ରମଣରୁ ପିଡ଼ିତଙ୍କୁ ଉଦ୍ଧାର କରିଥିବାରୁ ନୟାପଲି ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କୁ ନିଜ ବାହାଦୁରି ପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାପ୍ତ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା…

ଦାନ୍ତଘଷି ବିଶ୍ୱ ରେକର୍ଡ କଲେ ଭୁବନେଶ୍ୱରର ଛାତ୍ରଛାତ୍ରୀ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ) ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଗୁରୁବାର ଦିନ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ବ ପିଲା ଏକାସାଙ୍ଗରେ ଦାନ୍ତଘଷି  ଏହି ରେକର୍ଡ କରିଛନ୍ତି । ବିଶ୍ଵ ବ୍ରସ୍ ଡେ(ଦାନ୍ତଘଷା ଦିବସ) ରେ କିସର ୨୬,୩୮୨ ଜଣ ଛାତ୍ରଛାତ୍ରୀ…

ଆସନ୍ତା କାଲି ‘ବଡଓଷା’: ଧବଳେଶ୍ବରରେ ଦର୍ଶନାର୍ଥୀଙ୍କ ଲାଗି ୫ଟି ବୋଟ ପ୍ରସ୍ତୁତ

କଟକ: ଆସନ୍ତା କାଲି ଠାରୁ ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା । ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ମହାନଦୀ କୂଳରେ ୫ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଏହାଛଡା ସୁରକ୍ଷା ଦୃଷ୍ଟିରୁ…

ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ୍, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍ଗରାଜ ମନ୍ଦିର ମଧ୍ୟକୁ ମୋବାଇଲ୍ ଓ କ୍ୟାମେରା ନେବା ନିଷେଧ ହୋଇଥିବା ବେଳେ ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭୁ…

ତ୍ୱଚାରେ ଚମକ ଆଣିବ ଚାଉଳ ପାଣି, ଜାଣନ୍ତୁ କିପରି

ଭୁବନେଶ୍ୱର: ମୁଁହର ଚମକକୁ ଫେରାଇ ଆଣିବ ଚାଉଳର ପାଣି ବା ଚାଉଳ ମଣ୍ଡ । ଏଥିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି । ଯାହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ସେତିକି ଉପକାରୀ ଅଟେ । ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ । ଏହା ଏକ ପ୍ରକାର…

ଖୋର୍ଦ୍ଧାରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ଜଣେ ଅଟକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ଗୁରୁବାର ଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ଘଟଣାରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରାଯାଇଛି । ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ ଗୁରୁତର…