Latest Odisha News

BREAKING NEWS

ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ବିଜୟ ନାୟକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ନାୟକ ବିଜୁ ଜନତା ଦଳ (ବିଜେଡ଼ି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ନବୀନ କିଶୋର ତରାଇ ଓ ନିଶିକାନ୍ତ ପ୍ରଧାନଙ୍କୁ…

ନାଗପୁରରେ ଭୋଟ୍ ଦେଲେ ବିଶ୍ୱର କ୍ଷୁଦ୍ରତମ ମହିଳା ଜ୍ୟୋତି

ନାଗପୁର: ବିଶ୍ୱର ସବୁଠୁ ବାଙ୍ଗରା ମହିଳା ଜ୍ୟୋତି ଆମଗେ ଗୁରୁବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ୨୫ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଏଞ୍ଚ । ଜ୍ୟୋତିଙ୍କ କମ ଉଚ୍ଚତା ଯୋଗୁଁ ଭୋଟଗ୍ରହଣ କରାଯାଉଥିବା ଟେବୁଲ୍ ଉପରେ ଛିଡ଼ା ହୋଇ…

ଓଡ଼ିଶା ପ୍ରତି କେନ୍ଦ୍ରର ଉଦାସୀନତାକୁ ନବୀନଙ୍କ ସମାଲୋଚନା

ସୋନପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳାକୁ ସମାଲୋଚନା କରିଛନ୍ତି । ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ଅବସରରେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ…

ଗଞ୍ଜାମରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ ଗଞ୍ଜାମ ଜିଲ୍ଲାରେ ଜଣେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଝାଟିଆପଦର ବୁଥ୍ ନଂ-୮୨ର…

ଦଳ ଛାଡିଲେ ଓଡିଶା କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନର୍ବାଚନ ଜାରି ରହିଥିବାବେଳେ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି…

ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ପୁଣିଥରେ ଓଡିଶା ଗସ୍ତରେ ଆସିବେ । ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଆୟୋଜିତ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ,…

କୋରାପୁଟ ଫରେଷ୍ଟ ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୟଲମୁଣ୍ଡା ଜଙ୍ଗଲରୁ ବୁଧବାର ରାତିରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ । ଖବର ପାଇ…

ଇଭିଏମ୍ ମେସିନ୍ ମରାମତିରେ ବିଳମ୍ବ ଯୋଗୁଁ ଘରକୁ ଫେରିଲେ ଭୋଟର୍

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଅଚଳ ଇଭିଏମ୍ ଓ ଭିଭିପିଏଟି ମେସିନ୍ ମରାମତିରେ ବିଳମ୍ବ ଯୋଗଁ ମତଦାନ ନକରି ଘରକୁ ଫେରିଲେ ଭୋଟର୍ । ରାୟଗଡା ଜିଲ୍ଲାରେ ଭୋଟ୍ ଦେବା ପାଇଁ ବହୁ ସଂଖ୍ୟାରେ…

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ପରବେଡା…

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ୧ମ ପର୍ଯ୍ୟାୟ ଭୋଟ ଗ୍ରହଣରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ । ଯେଉଁ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସେଗୁଡ଼ିକ ହେଲା – କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ…