Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭୁତାଣୁ ଜନିତ ଜ୍ୱରରେ ପୀଡିତ, ଆସନ୍ତା ଦୁଇଦିନର ଗସ୍ତ ବାତିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁତାଣୁ ଜନିତ ଜ୍ୱରରେ ପୀଡିତ ହୋଇଥିବା ଯୋଗୁଁ ଆସନ୍ତା ଦୁଇ ଦିନର ସମସ୍ତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସତ୍ୱେ ରାଜ୍ୟ ସଚିବାଳୟରେ ଥିବା ତାଙ୍କ…

ଧାରା ୪୯୭ରେ ଥିବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ତାଙ୍କର ଐତିହାସିକ ରାୟରେ ‘ପରକୀୟା ପ୍ରୀତି’ ଉପରେ ଥିବା ୧୫୮ ବର୍ଷର କଟକଣାକୁ ଅସାମ୍ବିଧାନିକ କହିଛନ୍ତି । ଫଳରେ ବିବାହ ପରେ ‘ପରକୀୟା ପ୍ରୀତି’ ଏକ ଅପରାଧ ନୁହେଁ ବୋଲି ସାବ୍ୟସ୍ତ ହୋଇଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ…

‘ହାପି ବର୍ଥ ଡେ ଗୁଗୁଲ’ ଇଣ୍ଟରନେଟରେ ପାଳିତ ହେଲା ଜନ୍ମଦିନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ନିଜର ୨୦ତମ ଜନ୍ମ ବାର୍ଷିକ ପାଳନ କରୁଛି । ଏହି ଅବସରକୁ ଖାସ କରିବା ପାଇଁ ଗୁଗୁଲ ନିଜ ପାଇଁ ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଏକ ଖାସ ଭିଡିଓ ପ୍ରସ୍ତୁତ କରି ଜାରି କରାଯାଇଛି । ଏହା…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୦୨ଟି ପଞ୍ଚାୟତ ପାଇଁ ୪୬.୭୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୬.୭୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କର, ଜଗତସିଂହପୁର ଜିଳ୍ଳାର ବାଲିକୁଦା, ନୟାଗଡ…

ହଷ୍ଟେଲ ଛାତରୁ ପଡି ରେଭେନ୍ସା ଛାତ୍ରୀଙ୍କ ମୁତ୍ୟୁ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଛାତ୍ରୀଙ୍କର ନାମ କୁଶଧର ବାଗ ହୋଇଥିବା ବେଳେ ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ମୃତ ଛାତ୍ରୀ ଜଣଙ୍କ ରେଭେନ୍ସାର…

କଳାହାଣ୍ଡି : ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଧନପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ଗ୍ରାମର ଦୁର୍ଯୋଧନ ରଣା ନାମକ ଜଣେ ବୃଦ୍ଧଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସମ୍ପୃକ୍ତ ବୃଦ୍ଧା ଜଣଙ୍କ ନିଜ ଚାଷ ଜମିରେ କାମ…

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀ ନିର୍ଯ୍ୟାତିତ, ଉଦ୍ଧାର ଲାଗି ଲୋଡ଼ିଲେ ଓଡ଼ିଶା ସରକାରଙ୍କ ସହାୟତା

ଅଗରତାଲା/ଭୁବନେଶ୍ୱର: ତ୍ରିପୁରାରେ ଅଧ୍ୟୟନରତ ୧୨୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଜୀବନ ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଉଦ୍ଧାର ଲାଗି ଏଠାରେ ଅଧ୍ୟୟନ କରୁଥିବା ଏହି ଓଡ଼ିଆ…

ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ବାଂଲାଦେଶ, ଶୁକ୍ରବାର ଭାରତ ସହ ମୁକାବିଲା

ଆବୁଧାବି : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ମୁକାବିଲାରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନକୁ ବାଂଲାଦେଶ ୩୭ ରନରେ ପରାସ୍ତ କରିବା ସହିତ ଫାଇନାଲକୁ ଟିକେଟ କାଟିଛି । ଆବୁଧାବିର ଶେଖ ଜାୟେଦ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନର ପୂରା ଟିମ…

ବିଶ୍ୱ ପର୍ଯ୍ୟଟନ ଦିବସ: ରଙ୍ଗୀନ ଆଲୋକରେ ସଜ୍ଜିତ ହେଲା ରାଜଧାନୀ

ଭୁବନେଶ୍ୱର : ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

‘ନାଲକୋ ଏମ୍ପ୍ଲୟିଜ୍ ଫୋରମ’କୁ ମିଳିଲା ସ୍ୱିକୃତିପ୍ରାପ୍ତ ଶ୍ରମିକ ସଂଘର ମାନ୍ୟତା

ଭୁବନେଶ୍ୱର: ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ), ‘ନାଲକୋ ଏମ୍ପ୍ଲୟିଜ୍ ଫୋରମ’କୁ ଏକ ସ୍ୱିକୃତିପ୍ରାପ୍ତ ଶ୍ରମିକସଂଘର ମାନ୍ୟତା ପ୍ରଦାନ କରିଛି । ଭୁବନେଶ୍ୱରସ୍ଥିତ ନାଲକୋ ନଗର ମହାନଦୀ ନିବାସ ଅଡ଼ିଟୋରିୟମ, ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ନାଲକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼ଃ…