Latest Odisha News

BREAKING NEWS

ବିଧାନସଭା: ବଦଳିଲା ଦାମ ରାଉତଙ୍କ ଆସନ

ଭୁବନେଶ୍ୱର : ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ବିଧାନସଭାରେ ସିଟ୍ ସ୍ଥାନ ବଦଳିଛି । ବିଜେଡିରୁ ବହିଷ୍କାର ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମଙ୍କ ସିଟ ବଦଳିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଦାମୋଦର ରାଉତ ଗୃହର ବ୍ଲକ ଡି-୩ ସିଟରେ ବସୁଥିବାବେଳେ…

ଶ୍ରୀକୃଷ୍ଣଙ୍କ ଆତ୍ମା – ଶ୍ରୀରାଧା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ଶ୍ରୀରାଧାଙ୍କ ଜନ୍ମତିଥି । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିବାରୁ ଆଜିର ଦିନଟି ରାଧାଷ୍ଟମୀ ଭାବେ ପରିଚିତ । ଶ୍ରୀରାଧାରାଣୀ ହେଲେ…

ଆନନ୍ଦ ଉଲ୍ଲାସରେ ଆଜି ପାଳିତ ହେଉଛି ବିଶ୍ୱକର୍ମା ପୂଜା

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ବିଶ୍ୱକର୍ମାଙ୍କୁ ଶିଳ୍ପୀମାନଙ୍କ ଦେବତା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ତଥା ଗାନ୍ଧୀବାଦୀ ତଥା ସାରସ୍ୱତ ସାଧକ ଦୋଳଗୋବିନ୍ଦ ପ୍ରଧାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ମୃତ୍ୟୁ ଖବର…

ଏସିଆ କପ କ୍ରିକେଟ: ଓଡ଼ିଆ କ୍ରିକେଟର ଅଂଶୁମାନ ରଥ ହଂକଂ ଦଳର ଅଧିନାୟକ

ଭୁବନେଶ୍ୱର: ଶନିବାରଠାରୁ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ଆରମ୍ଭ ହୋଇଛି ୬ଟି ଏସୀୟ ଦେଶମାନଙ୍କୁ ନେଇ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଛଅଟି ଦେଶ ଗୁଡ଼ିକ ହେଲା ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂ । ତେବେ ସବୁଠାରୁ ଖୁସିର କଥା ହେଲା…

ସୋମବାରରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ଆନ୍ଦୋଳନ ପଞ୍ଚାୟତସ୍ତରରେ ଆରମ୍ଭ

ଭୁବନେଶ୍ୱର: ଅନ୍ଦୋଳନରତ ବ୍ଳକ ଗ୍ରାଣ୍ଟ ଶିକ୍ଷକମାନେ ସୋମବାରଠାରୁ ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । “ସୋମବାରଠାରୁ ଆମେ ରାଜ୍ୟର ସମସ୍ତ ପଞ୍ଚାୟତସ୍ତରରେ ବିଭିନ୍ନ ର‌୍ୟାଲି କରି ଆନ୍ଦୋଳନ ଆରମ୍ଭ କରିବୁ । ଛାତ୍ର ଓ ଅଭିଭାବକମାନଙ୍କୁ ଆମେ ଆମର ଦାବି…

‘ସୁନ୍ଦରୀ’ ଏବେ କଡ୍ଡା ନଜରରେ ରହିବ

ଭୁବନେଶ୍ୱର: ହିଂସ୍ର ହୋଇ ଉଠିଥିଲା ‘ସୁନ୍ଦରୀ । ତେବେ ଛତିଶଗଡ଼ର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀର ଏପରି ଆଚରଣରେ ସାତକୋଶିଆ ତଥା ଆଠଗଡ଼ ବନଖଣ୍ଡକୁ ଲାଗି ରହିଥିବା ଗ୍ରାମରେ ଆତଙ୍କ ଖେଳିଯାଇଥିଲା । ଏବେ କିନ୍ତୁ ସୁନ୍ଦରୀର ଆଚରଣ ଓ ଗତିବିଧିର ତୀକ୍ଷ୍ଣ ନଜର ରଖିବେ…

ତେଲଦର ନିୟନ୍ତ୍ରଣ ଲାଗି ଭାଟ୍ କମ କରିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତୈଳଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । “ରାଜ୍ୟ ସରକାର ପୂର୍ବରୁ ତୈଳରୁ ୩୦୦୦ କୋଟି ଟଙ୍କା ବାର୍ଷିକ ରାଜସ୍ୱ ଟିକସ ଆଦାୟ କରୁଥିବା ବେଳେ…

ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା, ୧୭ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରବିବାର ଦିନ ୧୭ଟି ଜିଲ୍ଲାରେ ଝଡ଼ ତୋଫାନ ଓ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି । ପାଣିପାଗ କେନ୍ଦ୍ରରୁ ମଧ୍ୟାହ୍ନରେ ଆସିଥିବା ସୂଚାନୁଯାୟୀ, ରାଜ୍ୟର ୧୭ଟି ଜିଲ୍ଲାରେ ରବିବାର ଦିନ ୪:୩୦ ମଧ୍ୟରେ ଝଡ଼ ତୋଫାନ…

ଚିଲିକାରେ ସି-ପ୍ଲେନ୍ ଓହ୍ଲାଇବା ଘଟଣା: ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କିଛି ସୂଚନା ନାହିଁ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଚିଲିକା ହ୍ରଦରେ ଏକ ସି-ପ୍ଲେନ ଓହ୍ଲାଇଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଥିଲେ । ତେବେ ଏହି ସି-ପ୍ଲେନ ସମ୍ପର୍କରେ ସରକାରଙ୍କ ନିକଟରେ କିଛି ସୂଚନା ନଥିବା କଥା ଜଣା ପଡ଼ିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଚିଲିକା କୂଳରେ ଥିବା…