Latest Odisha News

BREAKING NEWS

ଆଇଆରସିଟିସି ଟେଣ୍ଡର ସ୍କାମ: ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳିଳା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଆଇଆରସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛି । ଏଥିସହିତ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଜମାନତ…

କନ୍ଧମାଳ: ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଇନିପଡା ସାହିରେ ଜଣେ ମହିଳାଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତ ମହିଳାଙ୍କ ନାମ ରଙ୍ଗବତୀ ବେହେରା (୫୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଘର ଠାରୁ ପ୍ରାୟ ୧୫ମି. ଦୂରରେ ରଙ୍ଗବତୀଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।…

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ସୁନା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୩୪୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦.୫୬ ଲକ୍ଷରୁ ଉଦ୍ଧ୍ୱ ହେବା ନେଇ ଜଣାପଡିଛି ।…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଝାରସୁଗୁଡା ବିମାନବନ୍ଦର ପରିଦର୍ଶନ କଲେ

ଝାରସୁଗୁଡା : ଆସନ୍ତା ସେପ୍ଟେମ୍ବର ୨୨ରେ ଝାରସୁଗୁଡାର ନବନିର୍ମିତ ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବାକୁ ଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ…

ଏମସରୁ ଫେରିଲେ ପପୁ, ଭିଡିଓ ଜାରି କରି ଗୁଜବକୁ କଲେ ଖଣ୍ଡନ

ଭୁବନେଶ୍ୱର : ସୋସିଆଲ ମିଡିଆରେ କମେଡି କିଙ୍ଗ୍ ପପୁ ପମପମଙ୍କ ମୃତ୍ୟୁକୁ ନେଇ ଉଠୁଥିବା ମିଛ ଗୁଜବକୁ ଏକ ଭିଡିଓ ଜାରି କରି ଖଣ୍ଡନ କରିଛନ୍ତି ନିଜେ ପପୁ । ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ “ମେଡିକାଲର ନିୟମ ଅନୁଯାୟୀ ଚିକିତ୍ସାର ମାସକ ପରେ ପୁଣିଥରେ ମେଡିକାଲ ଯାଇ ନିଜ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି । ଭାରତୀୟ ମହିଳା ହକି ଦଳ ଏସୀୟ…

ଏସୀୟ କ୍ରୀଡ଼ା: ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ, ପୁରୁଷ ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ଓ ଜିନସନ ଜନସନଙ୍କ ସମସ୍ତ ପ୍ରାୟ ସମସ୍ତ ଆଥଲେଟ୍ ଭାରତ ଲାଗି ଏକାଧିକ ପଦକ ଆଣିଦେଇଛନ୍ତି । ତେବେ ୪ ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଭାରତୀୟ ମହିଳା ଦଳ ୩:୨:୭୨ ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରି ପ୍ରଥମ…

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ଜାତୀୟସ୍ତର ଏସସି-ଏସଟି ରାଜ୍ୟ ସମ୍ମିଳନୀ ଓ ଏନଏସଆଇସି ର ଧର୍ମପଦ ଭବନ ଉଦଘାଟନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏସସି/ଏସଟି କନକ୍ଲେଭ ତଥା ପ୍ରଦର୍ଶନୀର ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କ, ସିପିଏସଇ, ଉଦ୍ୟୋଗୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିର ଭାଗିଦାରୀ ଦେଖିବାକୁ…