Latest Odisha News

BREAKING NEWS

ଘାଟିରେ ଟ୍ରକ ବ୍ରେକ୍ ଫେଲ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ

ସୁନ୍ଦରଗଡ: କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ ହେଲା ଲୁହା ପଥର ବୋଝେଇ ଟ୍ରକ । ଫଳରେ ସମ୍ନାରେ ଥିବା ଅନ୍ୟ ଏକ ଲୌହ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ…

କମିଲା ଗ୍ୟାସ୍ ଦର, ୧୯ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: କମିଲା ଗ୍ୟାସ ଦର। କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ କମିଲା। ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୯ ଟଙ୍କା କମିଲା। ଦିଲ୍ଲୀରେ କମର୍ସିଆଲ ଏଲ୍‌ପିଜି (LPG) ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଲା। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ…

ମେ ୫ରେ ୟୁପିଏସ୍‌ସି କୋଚିଂ ପ୍ରବେଶିକା, ପରୀକ୍ଷା ଦେବେ ୩ ହଜାର ୭୩୧ ଶିକ୍ଷାର୍ଥୀ

ଭୁବନେଶ୍ୱର: ୟୁପିଏସ୍‌ସି ସିଭିଲ୍ ସର୍ଭିସ ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୩ ହଜାର ୭୩୧ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। କେବଳ ଭୁବନେଶ୍ୱର ଜୋନରେ ପରୀକ୍ଷା ଦେବା ପାଇଁ ୨୧୦୦ ରୁ ଅଧିକ ପିଲା ଆବେଦନ କରିଛନ୍ତି। ଭୁବନେଶ୍ୱର…

୬ ରୁ ପାରଦ ୪୦ ତଳେ, ୭ ରେ ବର୍ଷା !

ଭୁବନେଶ୍ୱର: ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ। ୪୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାତିରେ ଜଳିଥିଲା ରାଜ୍ୟର ୧୫ ସହର। ୨୪ ସହରରେ ପାରଦ ୪୩ ଡିଗ୍ରୀ ପାର୍ କରିଥିଲା। ବାରିପଦା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିବା ବେଳେ ବାଲେଶ୍ୱର ତୃତୀୟ ଓ…

ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?

ଭୁବନେଶ୍ୱର: ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଏକ ବଡ଼ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯାହା ପରୋକ୍ଷରେ ଆଇଏଏସ୍ ଅଫିସର ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି। ତେବେ…

ତିନି ରାଜନୈତିକ ଦଳରେ ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର?

ଭୁବନେଶ୍ୱର: ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର ? ଟଙ୍କା ଦେଇ ପ୍ରାର୍ଥୀ ହେଉଛନ୍ତି କି ନେତା ? ଟଙ୍କା ପାଇଁ କଟୁଛି କି ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ୍ ? କାହିଁକି ବାରମ୍ବାର ଆସୁଛି ଟିକେଟ୍ ପାଇଁ ଟଙ୍କା ଡିଲ୍ ଅଭିଯୋଗ ? ଚବିଶ ନିର୍ବାଚନରେ ଟିକେଟ୍ ଡିଲକୁ ନେଇ ଉଠୁଛି ପଡୁଛି ରାଜନୀତି…

‘ମେ ୬ରେ ବ୍ରହ୍ମପୁର ଗସ୍ତରେ ଆସିବେ ମୋଦୀ’

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମେ ୬ରେ ବ୍ରହ୍ମପୁର ଗସ୍ତରେ ମୋଦୀ ଆସିବେ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।…

ବିଜେପି କ୍ଷମତାକୁ ଆସିଲେ ବିଏସକେଓ୍ବାଇ ବନ୍ଦ ହୋଇଯିବ, ପାଣ୍ଡିଆନଙ୍କ ଅଭିଯୋଗରେ ଜବାବ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏଏସକେୱାଇ) ସମ୍ପର୍କରେ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିବା ପରେ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହୋଇଛି।…

ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରାଜ୍ୟର ୩ଟି ସହର, ସର୍ବାଗ୍ରେ ବାରିପଦା

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ମଙ୍ଗଳବାର ରାଜ୍ୟର ୩ଟି ସହର ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରହିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇ ଏହା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସ୍ଥାନ ହେବା ସହ ସହର…

ସତ୍ୟପାଠର ତଥ୍ୟରୁ ଖୁଲାସା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଥ୍ୟରୁ ଜଣା ପଡିଛି ଯେ, ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ । ବର୍ତ୍ତମାନ ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ରହିଛି । ବିଭିନ୍ନ ବ୍ୟାଙ୍କରେ…