Latest Odisha News

BREAKING NEWS

କଟକ ଲୋକସଭା: ଦ୍ୱନ୍ଦ୍ୱରେ ବିଜେପି, ନୂଆ ପ୍ରାର୍ଥୀ ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ିରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ପ୍ରଦାନ ପରେ କଟକ ସାଂସଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ବିଜେଡ଼ି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥିତ୍ୱକୁ ନେଇ ଅଙ୍କ କଷୁଥିବା ଆଲୋଚନା ହେଉଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ପାଇଁ ତିନି ଦଳ ପାଇଁ…

ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଆୟୋଜକ କମିଟି ଏହି କାର୍ଯ୍ୟସୂଚୀ ଜାରୀ କରିଛି । ଏପ୍ରିଲ ୮ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେପକ ଗ୍ରାଉଣ୍ଡରେ…

ପଶ୍ଚିମବଙ୍ଗରେ ବିଜେପିର ମାଷ୍ଟର ଷ୍ଟ୍ରୋକ୍, ମହୁଆ ମୋଇତ୍ରଙ୍କ ବିରୋଧରେ ରାଜ ପରିବାରରୁ ଅମୃତା ରାୟଙ୍କୁ ଟିକେଟ

କୋଲକାତା: ରବିବାର (୨୪ ମାର୍ଚ୍ଚ) ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି ବିଜେପି । ଏଥିରେ ୧୧୧ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରାୟଙ୍କୁ ଟିକେଟ୍ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରଙ୍କ ସହ…

ଗୋଆରେ ପ୍ରଥମଥର ମହିଳା ପ୍ରାର୍ଥୀ ଉଦ୍ୟୋଗପତି ପଲ୍ଲବିଙ୍କୁ ଟିକେଟ ଦେଲା ବିଜେପି

ପଣଜୀ: ଗୋଆରେ ପ୍ରଥମ ଥର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି। ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବି ଡେମ୍ପୋ ଗୋଆରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ ପାଇଁ ୧୧୧ ଜଣ…

ପବିତ୍ର ଦୋଳପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା।‌ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶ୍ଵାସ ରହିଛି। କାରଣ ମହାପ୍ରଭୁଙ୍କ ଦ୍ୱାଦଶ…

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ, ହତ୍ୟା କରାଯାଇଥିବା ଅଭିଯୋଗ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ…

ଦୀର୍ଘ ୬ ଘଣ୍ଟା ଧରି ପଡ଼ି ରହିଛି ବାପାର ମରଶରୀର, ଶବ ଦାହ କରୁନି ପୁଅ

ସୁବର୍ଣ୍ଣପୁର: ବାପା ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବୋଲି ଶବ ଦାହ କରୁନି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରାନାଲି ଗାଁରେ । ସୂଚନା ଅନୁସାରେ ଚିଙ୍ଗରାନାଲି ଗାଁର ବେଦ ପ୍ରଧାନ ଆଜି ସକାଳୁ ମୃତ୍ୟୁ ବରଣ କରିଥିଲେ। ତେବେ…

ସମ୍ବଲପୁରରୁ ବିପୁଳ ପରିମାଣର କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ବିପୁଳ ପରିମାଣରେ କଫ୍‌ ସିରପ୍ ଜବତ କଲା ଟାଉନ ଥାନା ପୋଲିସ। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ କଲା ପୋଲିସ। ଏହାସହ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି । ଗିରଫ…

ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ପ୍ରଥମେ ପୋଷ୍ଟର ଲଗାନ୍ତୁ: ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଚଳିତ ବର୍ଷର ଲୋକସଭା ନିର୍ବାଚନରେ ନାଗପୁର ଲୋକସଭା ଆସନରୁ ଲଢିବେ । ଏହି ସମୟରେ ନାଗପୁରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିର ବରିଷ୍ଠ ନେତା ଗଡକରୀ ବିରୋଧି ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ।…

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୯ରେ ବିଜେଡ଼ି ତାଙ୍କୁ…