Latest Odisha News

BREAKING NEWS

କବିତା : ସବୁକିଛି ଅପେକ୍ଷାରେ

ଡମ୍ବରୁଧର ବେହେରା ଅପେକ୍ଷା କି ଯନ୍ତ୍ରଣାଦାୟକ କଟା ଘା ' ପରେ ଚୂନ ଆଉ ବ୍ଲିଚିଂର ସଫେଦ ମଲମ ନା ସୁଖିବାର ନାଆ ନେଉଛି ନା ଜଳନର ନିଆଁ ଦିଶୁଛି ଖାଲି ଅନୁଭବ ହେଉଛି ରସଗୋଲା ଗୋଟିଏ ପରେ ଗୋଟିଏ ଗିଳୁଛି..... ହେଲେ ପାଟିକୁ ତ ମିଠା ଲାଗୁଛି ରସଗୋଲା ଦେହରେ…

ନ୍ୟାସନାଲ ପେନସନ୍ ସ୍କିମର ୨୦ ଲକ୍ଷ ଟଙ୍କା ହଡପ କରି ବନ୍ଧା ହେଲେ ବିଇଓ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରି ଗିରଫ ହୋଇଛନ୍ତି । ସେ ଏହି…

କୁଲଡ଼ିହାରେ ବନ ବିଭାଗର କମ୍ୱିଂ; ୫ ବନ୍ଧୁକ ସହ ୬ ଶିକାରୀ ଗିରଫ

ଭୁବନେଶ୍ୱର: କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ  ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ଚେତାବନୀ…

କବିତା : ମୁଁ ନାରୀ

ଶ୍ୱେତପଦ୍ମା ପାଢ଼ୀ କେବେ ଲକ୍ଷ୍ମୀ, ସରସ୍ଵତୀ, କାମିନୀ ତ କେବେ ଦୁର୍ଗା ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି ପ୍ରଶଂସାରେ ଅଥଚ, ନାରୀର ଗୁଣ ଓ ସୈାନ୍ଦର୍ଯ୍ୟ ବର୍ଣ୍ଣନା ତୁମ ଭାଷାକୋଷ ବର୍ହିଭୁତ ! ଭୟ ଦେଖେଇ ମୋତେ ନୀରବ କରିଦିଏ ସମାଜ ସ୍ବପ୍ନ ଭାଙ୍ଗିଗଲେ ସଜେଇ ଦିଏ ମୋତେ ଚିର…

ସୁଖ-ଦୁଃଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମନୁଷ୍ୟ ଜୀବନଟା ଏକ ରଙ୍ଗମଞ୍ଚ । ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ଦୁଃଖ ମନୁଷ୍ୟର କାର୍ଯ୍ୟ ଉପରେ ନିର୍ଭର କରେ । ଖରାପ ସମୟରେ ବ୍ୟକ୍ତି ଅଣନିଶ୍ୱାସ ହୋଇପଡେ ଓ ନିଜର ଦୁଃଖ ବିଷୟରେ ଅନ୍ୟକୁ କହିପାରେ ନାହିଁ । କିନ୍ତୁ ବେଳେ…

ଭାଷା ଭାଗବତ : ନେତାଂକ ଯାତାୟାତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯିଏ ଚାହିଁଲେ ଆସି ମିଶେ ଚାହିଁଲେ ପୁଣି ସୁଖେ ଖସେ ସେ ହିଁ ବୋଲାଏ ଜନନେତା ସବୁ ଦଳରେ ଏ ଅବସ୍ଥା ସକାଳେ ଥିଲା, ସଂଜେ ନାହିଁ କୁଆଡ଼େ ଗଲା ଜଣା ନାହିଁ ଅନ୍ୟ ଦଳର କାର୍ଯାଳୟ ହୁଏ ତା ଅଭୟ ଆଶ୍ରୟ ଦଳ ଦଳ ମଧ୍ୟରେ ଭେଦ ନ ଥାଏ…

ଦୁଇ ମହଲା କୋଠା ଭୁଶୁଡ଼ି ଦୁଇ ମୃତ; ଜଣେ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅରଶଦ(୩୦), ତୋହିଦ୍ (୨୦) । ପୁଲିସର ସୂଚନାଅନୁସାରେ, ଦୁଇ ମହଲା  କୋଠାର ତଳ ମହଲାରେ ଜିନ୍ସ କଟିଂ କାମ…

ଟ୍ୱିନ୍ ସିଟିରେ ଘନ କୁହୁଡ଼ି; ଆଜିଠୁ ବଦଳିବ ପାଗ, ଦିନର ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

ଭୁବନେଶ୍ବର: ଲଗାତାର ବର୍ଷା ପରେ ଟ୍ୱିନ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀ ସମେତ କଟକର ସବୁ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଲୋକେ ଗାଡ଼ି ଲାଇଟ୍ ଲଗାଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରି ବିପଦରୁ ରକ୍ଷା ପାଇଥିବା ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା ମାତ୍ରେ ଦୁଇଟି ଜୀବ ଆମ ମନକୁ ଆସନ୍ତି। ଗଜ ଓ ମୃଗୁଣୀ। ଓଡ଼ିଆ ମାନଙ୍କ କଣ୍ଠରେ…

ଗୁଗୁଲ ଭାରତକୁ ଆଣିବ ଏଆଇ ଡାକ୍ତର, ଯାହା ଏକ୍ସ-ରେ ଦେଖି ରୋଗ ଚିହ୍ନଟ କରିବ

ନୂଆଦିଲ୍ଲୀ: ପ୍ରମୁଖ ରୋଗ ଚିହ୍ନଟ କରିବା ପାଇଁ ଗୁଗୁଲ୍ ଇଣ୍ଡିଆ ଏଆଇ ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଘୋଷଣା କରିଛି । ଏଥିପାଇଁ ଗୁଗୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଇଁ ଆପୋଲୋ ରେଡିଓଲୋଜି ଇଣ୍ଟରନ୍ୟାସନାଲ୍ ସହିତ ସହଭାଗୀ ହୋଇଛି । ଗୁଗୁଲ କହିଛି ଯେ, ଏଭଳି 'ଏଆଇ…