କବିତା : ମର୍ତ୍ତ୍ୟ
ରାମକୃଷ୍ଣ
କେଉଁଠି ସେ ପକ୍ଷୀର ବସା
ମରୁନଦୀର ଶୁଖିଲା ମୁହାଣରେ
ନା ଆଗ୍ନେୟଗିରି ଗର୍ଭର
ବିପୁଳ ଶୂନ୍ୟସ୍ଥାନରେ
ଧୂ ଧୂ ଖରା
ଓ ଝଡ଼ ବର୍ଷାର ରାତିରେ
ଭୟର ଅରଣ୍ୟ ପାରି ହେବା
ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା
ନିଜକୁ ଚିହ୍ନିବାର
କେବଳ ଗୋଟେ ଗୋଟେ ସଙ୍କେତ
ଠିକ୍ ବେଳରେ…