Latest Odisha News

BREAKING NEWS

ଏକୋଇଶିଆରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା, ଗଛରେ ଚଢ଼ି ବଞ୍ଚିଗଲା ପୁଅ

ନବରଙ୍ଗପୁର: ଛୁଆକୁ ମାଆ ସବୁବେଳେ ଘଣ୍ଟ ଘୋଡ଼ାଇ ରଖି ଥାଏ । ନିଜ ଜୀବନ ପଛେ ଚାଲି ଯାଉ ଛୁଆର କିଛି ନ ହେଉ । ମାଆ ଏମିତି ସବୁବେଳେ ସନ୍ତାନର ଶୁଭ ମନାସି ଥାଏ । ପରିଣତ ବୟସରେ ବି ଭେଣ୍ଡିଆ ପୁଅକୁ ମାଆ ପଣତ କାନିରେ ଘଣ୍ଟ ଘୋଡ଼ାଇବା ସହ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଏଭଳି ଘଟଣା ଘଟିଛି…

କିଲୋ ପିଛା ୬୦ ଟଙ୍କାରେ କେନ୍ଦ୍ର ବିକ୍ରି କରିବ ସବସିଡି ଡାଲି, ବଜାରକୁ ଆସିଲା ‘ଭାରତ୍‌ ଡାଲ୍‌’

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି…

ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ

ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି । ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍…

ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ୧୧ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ପ୍ରାର୍ଥୀ ମନୋନୀତ ହୋଇ ସାରିଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ । ଏଥିସହିତ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟ ସଭା…

ୟୁପିଏର ନୀତି ନାହଁ କି ନେତା ନାହିଁ, ଏନଡିଏ ବୈଠକରେ ସାମିଲ ହେବେ ୩୮ ଦଳ: ନଡ୍ଡା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିରୋଧୀ ଦଳମାନେ ଆଜି ବେଙ୍ଗାଲୁରୁରେ ଏକାଠି ହୋଇ ବୈଠକ କରୁଥିବା ବେଳେ ଆସନ୍ତାକାଲି ଏନଡିଏ ମଧ୍ଯ ବୈଠକ କରିବାକୁ ଯାଉଛି। ଦିଲ୍ଲୀରେ ଏନଡିଏର ଅଶୋକା…

ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ବିଫଳ; ୨ ଆତଙ୍କୀ ନିପାତ

ଜମ୍ମୁ:ଜମ୍ମୁକାଶ୍ମୀରର ପୁଞ୍ଚରେ ଭାରତୀୟ ସେନାର ବଡ ସଫଳତା । ଏକ ବଡ ଧରଣର ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ନିୟନ୍ତ୍ରଣ ରେଖା ପାର କରୁଥିବା ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । ଘଟଣାସ୍ଥଳରୁ ଜଣେ ଆତଙ୍କୀର ଶବକୁ ଜବତ କରାଯାଇଛି । ଅନ୍ୟ ଜଣେ ଆତଙ୍କୀ ଶରୀରରେ…

ମଧ୍ୟପ୍ରଦେଶରେ ବିଜେପିକୁ ହାରିବା ଭୟ! ଦାୟିତ୍ୱରେ ଏକାଧିକ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ବିରୋଧରେ ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ନେଇ ଟେନସନରେ ବିଜେପି। ୧୫ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନ କାର୍ଯ୍ୟ କରିଥିବା ବେଳେ ଏବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି…

ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ କ୍ୟାଟ୍ରିନା: ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଭିକି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି । ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇ ବାହାରକୁ ଯାଇଛନ୍ତି । ଏହି ଅବସରରେ ଭିକି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି…

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି। ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା…

ଆଉ ଯିବନି ଜୀବନ, ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ବାରିପଦା: ହାତୀ-ମଣିଷ ଲଢ଼େଇରେ ଲାଗିବ ବ୍ରେକ୍ । ଏଥିପାଇଁ ଓଡ଼ିଶା ସରକାର ବହୁସୂତ୍ରୀ ଯୋଜନା କରିଛନ୍ତି । ହାତୀ ବେକରେ ରେଡିଓ କଲାର ଲାଗିବ । ଏନେଇ ପିସିସିଏଫ୍ ସୁଶୀଲ କୁମାର ପୋପଲି କହିଛନ୍ତି, ’ଗଜବନ୍ଧୁ’ ଯୋଜନାରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ରେଡିଓ କଲାର ଲଗାଯିବ । ଏନେଇ ବନ…