Latest Odisha News

BREAKING NEWS

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ…

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ନାଖୁସ୍ ତାରା, କହିଲେ ‘ବଡ଼ବଡ଼ିଆ ସାମିଲ୍ ଥିବାରୁ ତଦନ୍ତ ବାଟବଣା’

ଭୁବନେଶ୍ୱର: ନବୀନ ଖୁସି ଥିବେ ମୁଁ ନୁହଁ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରବିବାର ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ବାହିନୀପତି କହିଛନ୍ତି,…

ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ଜନ୍ତରମନ୍ତରରୁ ତମ୍ବୁ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ନ୍ୟାୟ ପାଇଁ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ରବିବାର ରେସଲରମାନେ ନୂତନ ସଂସଦ ଭବନ ଯିବାକୁ ବାହାରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।…

କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ରହିଛି କି ନେତୃତ୍ୱ ସଂକଟ ? ଦଳରେ ନେତୃତ୍ୱ ସଂକଟ ନେଇ ଦେଇଥିବା ମନ୍ତବ୍ୟ ଏବେ ଦୁଇ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଓ ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଦଳ ପକ୍ଷରୁ…

ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ପିଏମଙ୍କ ସମ୍ବୋଧନ, ‘ଭାରତ ଆଗକୁ ବଢ଼ିଲେ ବିଶ୍ୱ ଆଗକୁ ଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ଓ ସର୍ବ ଧର୍ମ ପ୍ରାର୍ଥନା ପରେ ଉଦଘାଟିତ ହୋଇଛି ନୂଆ ସଂସଦ ଭବନ । ସଂସଦ ଭନବରେ ସେଙ୍ଗୋଲକୁ ସ୍ଥାପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ…

ଅଧାରେ ରହିଲା ଜଗା ଦର୍ଶନ, ବାଟରେ ଓଲଟିଲା ଗାଡ଼ି ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ବୌଦ୍ଧ : ଶ୍ରୀମନ୍ଦିର ଯିବା ବାଟରେ ଓଲଟିଲା ଯାତ୍ରୀବାହୀ ଗାଡ଼ି । ଫଳରେ ଅଧାରେ ରହିଲା ଜଗା ଦର୍ଶନ । ବୌଦ୍ଧ ରଇଠାଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ କାରଟି ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ…

ଅଭୁଲା ଗୀତ : ଝୁମି ଝୁମି ଆସେ ଆଖି

ସଙ୍ଗୀତ : ଶ୍ରୀକୁମାର  ଗୀତ : ଅକ୍ଷୟ ମହାନ୍ତି  ଗାୟନ : ଅକ୍ଷୟ ମହାନ୍ତି,  ସୁଜାତା ମୁଖାର୍ଜୀ  ଚଳଚ୍ଚିତ୍ର :  ସ୍ତ୍ରୀ,୧୯୬୮ ଝୁମି ଝୁମି ଆସେ ଆଖି ସପନ ଭରା ଜୀବନେ ମୋର ସପନ ଭରା ଜୀବନେ ମୋର ରାତି ଆଉ କେତେ ବାକି? ଅନେକ ତାରା ଆକାଶ ସାରା…

ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କଲା ଆର୍‌ଜେଡି ! ବିଜେପି କହିଲା, ରାଜଦ୍ରୋହ ମାମଲା ହେଉ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘଟାନ ସରିଲା। ହେଲେ ବିବାଦ ଥମିଲାନି। ଏବେ ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରିଛି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ନୂଆ ସଂସଦ ଭବନର ଏକ ଫଟୋ ଓ କଫୀନର ଏକ ଫଟୋକୁ ଏକା ସାଙ୍ଗରେ ଟ୍ୱିଟ୍ କରି ଏହା କ’ଣ ବୋଲି ପଚାରିଛି। ଏହାକୁ ନେଇ ବିବାଦ ଉଠିବା ପରେ…

ବିବାହ କରିବେ ଋତୁରାଜ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଖେଳି ନ ପାରନ୍ତି ଋତୁରାଜ ଗାଏକ୍ୱାଡ । ଜୁନ ୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ହେବ । ଋତୁରାଜଙ୍କ ବାହାଘର ସେହି ସମୟରେ ହେଉଥିବାରୁ ସେ ଏଥିନେଇ ବିସିସିଆଇକୁ ଛୁଟି ମାଗିଥିଲେ । ଜୁନ ୫ରେ ଭାରତୀୟ ଟିମ ସହିତ ଯୋଗ…

ସବ ଜୁନିୟର ଜାତୀୟ ହକି: ଓଡିଶା-ୟୁପି ଫାଇନାଲ

ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ ସବ ଜୁନିୟର ହକି ଚାମ୍ପିୟନଶିପ ଟାଇଟଲ ହାସଲଠାରୁ ଓଡିଶା ମାତ୍ର ଆଉ ଗୋଟିଏ ପାଦ ଦୂରରେ ରହିଛି । ରବିବାର ଓଡିଶା ଓ ଉତରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୧ ଗୋଲରେ…