Latest Odisha News

ଲାଡେନକୁ କେବେ ବି ଭେଟି ନାହିଁ; ଅଲ୍‌କାଏଦା ସହ ଲିଙ୍କ୍‌କୁ ଅସ୍ୱୀକାର କଲା ବିଶ୍ୱ ଆତଙ୍କବାଦୀ ମକ୍କି

ନୂଆଦିଲ୍ଲୀ: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଲସ୍କର ତୋଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ନିଜକୁ ଅଲ୍‌କାଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ଠାରୁ ଦୂରେଇ ରଖିଛି। ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ତାର କୌଣସି ସମ୍ପର୍କ ନାହିଁ ବୋଲି ମକ୍କି କହିଛି।  ଏକ ଭିଡିଓ ଜାରି କରି ଏପରି କହିଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକ ହାଫିଜ୍ ସୟୀଦ୍‌ର ଭିଣୋଇ ଅବଦୁଲ ରେହମାନ ମକ୍କି। ତେବେ ଭିଡିଓରେ ସେ ୨୬/୧୧ ଆକ୍ରମଣ କଥା କହିନାହିଁ। ଯେଉଁଥିରେ ୧୬୬ ଲୋକଙ୍କର ମୃତ୍ୟୁ ହୋଇଥିଲା।

BjdElectrycity

ସୂଚନା ଥାଉକି ଚିନ ଭିଟ୍ଟୋ ପାୱାର ବ୍ୟବହାର କରି ମକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ସୁରକ୍ଷା ଦେଇ ଆସୁଥିଲା। ହେଲେ ଡ୍ରାଗନ ଏହି ପାୱାର କୋହଳ କରିବା ପରେ ସୋମବାର ଜାତିସଂଘ ସୁରକ୍ଷା ପରିଷଦ ୬୮ ବର୍ଷୀୟ ମକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି।

ଏହା ଫଳରେ ମକ୍କିର ସମ୍ପତ୍ତି ଜବତ କରାଯିବା ସହ, ଯାତ୍ରା ବନ୍ଦ କରିବା ସହ ଅସ୍ତ୍ରଶସ୍ତ୍ରରେ କଟକଣା ଲାଗିବ। ଅବଦୁଲ ରେହମାନ ମକ୍କିକୁ  ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ସମେତ ଅନେକ ଦେଶ ବର୍ଷ ବର୍ଷ ଧରି ସେ ଦିଗରେ କାର୍ଯ୍ୟ କରୁଥିଲେ। ହେଲେ ପରୋକ୍ଷରେ ଚୀନର ସୁରକ୍ଷା ଯୋଗୁ ମକ୍କି ଉପରେ କଟକଣା ଲାଗିପାରୁ ନଥିଲା।

ଜାରି କରିଥିବା ଭିଡିଓରେ ମକ୍କି କହିଛି “ ମୁଁ ଭାବୁଛି ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟ ଯୋଗୁ ମୋତେ ତାଲିକାଭୁକ୍ତ କରାଯାଇଛି। ମୁଁ କେବେ ବି ଓସାମା ବିନା ଲାଡେନ, ଆୟମନ ଅଲ୍ ଜୱାହରି ଓ ବଦୁଲ୍ଲାହ ଆଜମକୁ ଭେଟି ନାହିଁ। କିନ୍ତୁ କିଛି ଉଦ୍ଦେଶ୍ୟମୁଳକ ଭାବେ ମୋ ବିରୋଧରେ ଏଭଳି ରିପୋର୍ଟ କରାଯାଇଛି। ”

ସୂଚନା ଥାଉକି ୨୦୧୯ ପରଠାରୁ ମକ୍କି ଆତଙ୍କବାଦୀ ପାଣ୍ଠି ଯୋଗାଣ ଅପରାଧରେ ସାଳକ ହାପିଜ ସୟିଦ ସହ ଏକାଧିକ ଜେଲ୍ ଦଣ୍ଡ ପାଇଛି। ତା ସହ ଅନ୍ୟ ଲସ୍କର ଆତଙ୍କବାଦୀମାନେ ମଧ୍ୟକ ବର୍ତ୍ତମାନ ଜେଲ୍ ସଜା କାଟୁଛନ୍ତି।

ମକ୍କି କହିଛି ଯେ ସେ କୌଣସି ଇସ୍ଲାମିକ୍‌ ୟୁନିଭର୍ସିଟିରେ ପାଠ ପଢି ନାହିଁ କି ପଢାଇ ନାହିଁ। ତା ଛଡ଼ା ସେ  ଅବଦୁଲ୍ଲାହ ଆଜମ, ଆୟମ ଅଲ ଜୱାହରି ଓ ବିନ ଲାଡେନ୍‌କୁ ଭେଟି ନାହିଁ।

 

Leave A Reply

Your email address will not be published.