Latest Odisha News

BREAKING NEWS

ଗୋମାଫିଆଙ୍କୁ ନିସ୍ତାର ନାହିଁ: ୩ ଜିଲ୍ଲାରେ ପୋଲିସର ବଡ଼ ଧରଣର ଚଢ଼ାଉ

ଭଦ୍ରକ: ଗତ କିଛିଦିନ ବ୍ୟାବଧାନ ପରେ ଭଦ୍ରକ ପୋଲିସ ପକ୍ଷରୁ ଗୋମାଫିଆଙ୍କ ଘରେ ଚଢାଉ। ଗତକାଲି ରାତିରେ ଭଦ୍ରକ ପୋଲିସ ପକ୍ଷରୁ ୬ ଜଣ ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ। ଭଦ୍ରକ ଟାଉନଥାନା ଅଧିନ ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ୩ଟି ସ୍ଥାନରେ ପୋଲିସ ଚଢାଉ କରିଛି। ଏଥିରେ ଦୁଇ ଗୋମାଫିଆ ଗିରଫ ହୋଇଛନ୍ତି। ଏହି ଚଢାଉ ସମୟରେ ଟଙ୍କା, ସୁନା, ବ୍ୟାଙ୍କ ପାସ ବୁକ ଜଵତ କରି ତଦନ୍ତ ଜାରି ରଖିଛି ପୋଲିସ। ଅତିରିକ୍ତ ଏସପିଙ୍କ ନେତୄତ୍ବରେ ଏହି ୬ଟି ସ୍ଥାନରେ ଚଢାଉ ହୋଇଥିଲା। ଗିରଫ ହୋଇଥିବା ଦୁଇ ଗୋ ମାଫିଆ ହେଲେ ପୁରୁଣାଵଜାର ଥାନା ନଙ୍ଗାମହଲାର ଜାହିଦ ଖାନ ଓ ଵୁଧବାର ହାଟ ଅଞ୍ଚଳର ମାତର ଖାନ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଥାନାଞ୍ଚଳରେ ଗୋମାଫିଆଙ୍କ ଘରେ ପୋଲିସର ରେଡ୍‌ କରିଛି। ବାଲେଶ୍ୱର ଜିଲ୍ଲାର ୭ ଗୋମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରିଛି। ବାଲେଶ୍ୱର, ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନାଞ୍ଚଳରେ ରେଡ୍ କରିଛି ପୋଲିସ। ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ଗୋରୁ ମାଫିଆ ସେକ୍ ସଫିରୁଦ୍ଦିନ ଘରେ ଜିଲ୍ଲା ପୁଲିସ ଓ ଜଳେଶ୍ୱର ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ପେଶାଲ୍ ରେଡ୍ କରାଯାଇଛି । ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ସଫିରୁଦ୍ଦିନର ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ଡକୁମେଣ୍ଟସ୍ ଯାଞ୍ଚ କରାଯାଉଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଏହି ରେଡ୍ ବିଶେଷ କରି ସ୍ଥାନୀୟ ଗଞ୍ଜେଇ ଓ ଗୋ-ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ କରାଯାଉଥିବା ସୂଚନା ମିଳିଛି।

ଆଜି ସକାଳୁ ମୟୂରଭଞ୍ଜ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଅଞ୍ଚଳର ଉତ୍ତମ କୁମାର ଦଣ୍ଡପାଟ ଏବଂ ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି। ଏହି ମାଫିଆମାନେ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଅର୍ଜନ କରିଥିବା ସମ୍ପତ୍ତିର ଆକଳନ ଓ ଜବତ ପାଇଁ ପୋଲିସ ଏହି ଆକ୍ସନ ନେଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ସେହିପରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କେନ୍ଦ୍ରଇ ଗ୍ରାମରେ ଦୁଇଟି ଗୋରୁ ମାଫିଆଙ୍କ ଘରେ ଚାଲିଛି ପୋଲିସର ଚଢ଼ାଉ । କେନ୍ଦ୍ରଇ ଗ୍ରାମର ଏସ କେ ଟକରା ଏବଂ ଏସକେ ତବରେଜ ଘରେ ଚାଲିଛି ଚଢ଼ାଉ । ଦୁଇଜଣଙ୍କ ଘରୁ ନଗଦ ଟଙ୍କା ଓ ବିପୁଳ ସୁନା ରୁପା ଗହଣା ଜବତ କରାଯାଇଛି। ଆକଳନ ପରେ ସଠିକ ଜବତ ମୂଲ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଚଢ଼ାଉରେ ରାଇରଙ୍ଗପୁର ଏସଡିପିଓ, ଗ୍ରାମାଞ୍ଚଳ, ବାଦାମପାହାଡ଼, ବହଳଦା, ଗୋରୁମାହିସାଣି ପୋଲିସ ସହ ବାରିପଦାରୁ ତିନି ପ୍ଲାଟୁନ ପୋଲିସ ଫର୍ସ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.