ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସିର ଖବର ଆଜି ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସରରେ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ।
କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ-CRRIରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାରମ୍ପରିକ ରୀତିନୀତି ଅନୁସାରେ, ହୋମଯଜ୍ଞ ହେବା ସହ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ରୁ ୨୨ ମାସରେ ଆମ କୃଷି ଅଭିବୃଦ୍ଧି ହାର ୫ ଦଶମିକ ୩ ପ୍ରତିଶତରେ ପହଞ୍ଚିଛି । ଏହା ଜାତୀୟ ଅଭିବୃଦ୍ଧି ହାରରୁ ଅଧିକ । ଧାନ ଉତ୍ପାଦନରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ସଠିକ୍ ସମୟରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଵା ଅମର ଲକ୍ଷ୍ୟ। ଏଥିପାଇଁ ସରକାରଙ୍କର ସିଏମ୍ କିଷାନ ଯୋଜନା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କୃଷକଙ୍କୁ ମୁଖ୍ୟ ସ୍ରୋତରେ ଯୋଡିବା ।