Latest Odisha News

BREAKING NEWS

ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି: ମୁଖ୍ୟ ଆର୍ଥିକ ପରାମର୍ଶଦାତା

ଭୁବନେଶ୍ୱର: ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ସୁବ୍ରମନ୍ୟମ ଶୁକ୍ରବାର ଦିନ କହିଲେ ଯେ ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି | ସେ ଅର୍ଥବ୍ୟବସ୍ଥା କୁ ଛଅ ବର୍ଷରେ ନିମ୍ନ ଆର୍ଥିକ ବୃଦ୍ଧି ରୁ ଉପରକୁ ନେବା ପାଇଁ ଉଠାଯାଉଥିବା ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ, ଯେଉଁଥିରେ କମ୍ପାନୀର ରିଟର୍ଣ୍ଣ ଅଧିକ ଭଲ କରିବା ପାଇଁ କମ୍ପାନୀର କର କମାଇବା ସାମିଲ ଅଛି | ସୁବ୍ରମନ୍ୟମ କହିଲେ ଯେ, ଏହାକୁ ଛାଡିଦେଲେ ସର୍ବଜନିକ କ୍ଷେତ୍ରରେ ବ୍ୟାଙ୍କ ରେ ପୁଞ୍ଜି ବିନିଯୋଗ ସହିତ ରିୟଲୀଟି କ୍ଷେତ୍ରରେ ଶେଷ ପର୍ଯ୍ୟାୟ ର ବିତ୍ତ ପୋଷଣ ଉପଲବ୍ଧ କରାଯାଇଛି | ସେ କହିଲେ ଯେ ଖୁଚୁରା କରଜକୁ ବୃଦ୍ଧି କରିବା ପାଇଁ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀମାନେ ଓ ଘର ଋଣ କମ୍ପାନୀ ମାନଙ୍କ ପାଇଁ ୪.୪୭ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି | ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ୭,୬୫୭ କୋଟି ଟଙ୍କା ମଞ୍ଜୁର ଦେଇଛନ୍ତି |

ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଲେ ଯେ ଅର୍ଥବ୍ୟବସ୍ଥା କୁ ବୃଦ୍ଧି ଦେବା ପାଇଁ ବଜେଟରେ ନିର୍ଧାରିତ ୩.୩୮ ଲକ୍ଷ କୋଟି ଟଙ୍କା ର ପୁଞ୍ଜିଗତ ବ୍ୟୟ ମଧ୍ୟରୁ ୬୬ ପ୍ରତିଶତ ର ଉପଯୋଗ କରାଯାଇସରିଛି | ରେଳ ଓ ସଡକ ମନ୍ତ୍ରାଳୟ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ୨.୪୬ ଲକ୍ଷ କୋଟି ଟଙ୍କା ର ପୁଞ୍ଜି ବ୍ୟୟ କରାଯାଇଛି | ସୁବ୍ରମନ୍ୟମ ଆହୁରି ମଧ୍ୟ କହିଲେ ଯେ, ୨୭ ନଭେମ୍ବର ପର୍ଯ୍ୟନ୍ତ ରେପୋ ଦରରୁ ଜଡିତ ସୁଧ ଉପରେ ୭୦,୦୦୦ କୋଟି ଟଙ୍କା ର ୮ ଲକ୍ଷ ରୁ ଅଧିକ ଋଣ ଦିଆଯାଇଛି | ସେ କହିଲେ ଯେ, ସର୍ବଜନିକ କ୍ଷେତ୍ରର ବ୍ୟାଙ୍କ ରେ ୬୦,୩୧୪ କୋଟି ଟଙ୍କା ର ପୁଞ୍ଜି ନିବେଶ କରାଯାଇଛି | ବ୍ୟାଙ୍କ ୨.୨ ଲକ୍ଷ କୋଟି ଟଙ୍କା ରେ କମ୍ପାନୀ ତଥ ୭୨,୯୮୫ କୋଟି ଟଙ୍କା ଏମଏସଏମଇ କୁ ବିତରିତ କରାଯାଇଛି |

Leave A Reply

Your email address will not be published.