Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଛାଟ, ୪ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁ‌ଷ୍ଠାନ

ଭୁବନେଶ୍ୱର: ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କଠାରେ ପୁଣି ବାଜିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଛାଟ । ସେମାନଙ୍କ ବିରୋଧରେ ଆଜି ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି ।

ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କର ପେନସନ୍ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଚାକିରୀରୁ ବରଖାସ୍ତ ହୋଇଥିବା ବ୍ୟକ୍ତି ହେଲେ ମୟୁରଭଂଜ ଜିଲ୍ଲାର ଖୁଣ୍ଟାରେ ବର୍ତ୍ତମାନ କାର‌୍ୟ୍ୟରତ ତଥା ବଲାଙ୍ଗୀରର ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର‌୍ୟ୍ୟରତ ଷ୍ଟାଟିସଟିକାଲ ଆସିସାଷ୍ଟ ବସନ୍ତ କୁମାର ସାହୁ ।

ସେହିପରି ଭୁବନେଶ୍ବର ବିଇଡିର ଇଲେକ୍ଟ୍ରିକାଲର ପୂର୍ବତନ ଡିଜିଏମ୍ ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏଏସ୍ଆଇ ଏମ୍. ଜଗନ୍ନାଥ ରାଓଙ୍କର ପେନ୍ସନ ଏବଂ ପେନ୍‌ସନଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି ।

ଏହି ଚାରି ଜଣଙ୍କ ସମେତ ଗତ ବଝ୍ନେ ମଧ୍ୟରେ ୧୧୭ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.