Latest Odisha News

BREAKING NEWS

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ, ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,୧୯ଟି ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ବର୍ତ୍ତମାନ ବ୍ରହ୍ମପୁରରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବ । ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ଖୋଲିବାକୁ ଯାଉଛି । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ବିଭାଗ ଖୋଲିବାକୁ ଯାଉଛି । ଉଭୟ ସର୍ଜିକାଲ ଓ ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ନବୀନ । 

MKCG ମେଡିକାଲ କଲେଜରେ ଦୁଇ ସୁପର ସ୍ପେଶାଲିଟି ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

MKCG ମେଡିକାଲ କଲେଜ ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି ସୁପର ସ୍ପେଶାଲିଟି ବିଭାଗ ଖୋଲିବା ଦ୍ବାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।

Leave A Reply

Your email address will not be published.