Latest Odisha News

BREAKING NEWS

ପୁଣି ଲକଡାଉନ ହେବ କି ନାହିଁ, କାଲି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ଏସପିଙ୍କ ସହିତ ସ୍ଥିତିର କରିବେ ସମୀକ୍ଷା 

ଭୁବନେଶ୍ଵର: ରାଜ୍ୟକୁ ପୁଣି ଘାରିଲାଣି କରୋନା ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଆସନ୍ତାକାଲି ବିଭିନ୍ନ ସଚିବ, ଜିଲାପାଳ ଓ ଏସପିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ପୁଣି ଲକଡାଉନ ହେବ କି ତାହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି କହିଛନ୍ତି । 

ପୁଣି ଥରେ ସରପଞ୍ଚ, ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ଵ ଦିଆଯିବ । ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ କଡା ନଜର ରହିବ । ସହରର ଥିବା ମଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଏସଆରସି କହିଛନ୍ତି ।

Leave A Reply

Your email address will not be published.