Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ଓପିଏସ୍ ରଥକୁ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଓପିଏସ ରଥ ପହଞ୍ଚିବା ପରେ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି ।  ନିଖିଳ ଉତ୍କଳ ପ୍ରାଥମିକ ସଂଘର ରାଜ୍ୟ ସଭାପତି ଅନିତା ମେହେରଙ୍କ ତତ୍ତ୍ବାବଧାନରେ ମନମୁଣ୍ଡାଠାରୁ ଏକ ଶୋଭାଯାତ୍ରାରେ ଏହି ରଥକୁ ପାଛୋଟି ଅଣାଯାଇଥିଲା  । ଶହ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ବାଇକ୍ ରାଲି କରି ରଥକୁ ସହର ପରିକ୍ରମା କରାଇଥିଲେ । ନୂତନ ପେନସନ ପ୍ରଥା ଉଛେଦ ଓ ପୁରୁଣା ପେନସନ  ଲାଗୁ ହେବାର ଦାବି ନେଇ ଏହି ରଥ ନିଖିଳ ଭାରତ ପ୍ରାଥମିକ ଶିକ୍ଷିକ ଫେଡରେସନ ଆନୁକୂଲ୍ୟରେ ସମଗ୍ର ଭାରତ ବର୍ଷ ପରିକ୍ରମା କରୁଛି।

ଏହି ଅବସରରେ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।  ସଭାନେତ୍ରୀ  ଅନିତା ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ନିଖିଳ ଭାରତ ପ୍ରାଥମିକ ଶିକ୍ଷିକ ଫେଡରେସନ ଉପ ସଭାପତି ରାମ ଅବତାର ପାଣ୍ଡେ , ପୂର୍ବତନ ବିଧାୟକ ବିନୋଦ ପାତ୍ର, ଶିକ୍ଷକ ନେତା ପ୍ରଦୀପ ପୁରୋହିତ, ମାଲକାନଗିରି ଏୟୁପିଟିଏଫ୍ ସଭାପତି ନୀଳକଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।  ଏହି ସଭାରେ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ଦୃଢ ଦାବି କରାଯାଇଛି । ପୁରୁଣା ପେନସନ ଲାଗୁ ନହେଲେ ନିର୍ବାଚନ ବର୍ଜନ କରିବାକୁ ଶିକ୍ଷକ ମାନଙ୍କୁ ସଭାପତି ଅନିତା ମେହେର  ଆହ୍ବାନ ଦେଇଛନ୍ତି  ।

 

 

Leave A Reply

Your email address will not be published.