Latest Odisha News

BREAKING NEWS

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି କରିନେଲେ ଦୁର୍ବୁତ୍ତ । ଖବର ପାଇ ରରୁଆ ଥାନା ଅଧିକାରୀ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଗତ ୬ମାସ ମଧ୍ୟରେ କିଚେକେଶ୍ୱରୀ ମନ୍ଦିରରୁ ଦୁଇ ଦୁଇ ଥର ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୁତ୍ତ । ବାରମ୍ବାର ଚୋରି ନେଇ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ମନ୍ଦିର ସେବାୟତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ମା କିଚେକେଶ୍ୱରୀ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି କରିନେଇଥିଲେ ଦୁର୍ବୁତ୍ତ । ଯାହାର ଦୃଶ୍ୟ CC TV ରେ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.