Latest Odisha News

BREAKING NEWS

କନ୍ୟାର ପାଦ ଛୁଇଁ ପ୍ରଣାମ କଲେ ବର, ଏପରି ଦେଖି କନ୍ୟା ଆଖିରୁ ଝରିଗଲା ଲୁହ

ବିବାହ ହେଉଛି ସାତ ଜନମର ବନ୍ଧନ । ଆଜିକାଲି ବିବାହ ପୂର୍ବରୁ ବରକନ୍ୟା ଉଭୟ ପରସ୍ପର ସହ ମିଶିବା ଓ କଥାବାର୍ତ୍ତା କରୁଛନ୍ତି । ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଏସବୁ ଆରେଞ୍ଜ ମ୍ୟାରେଜରେ ଘଟୁଛି । ଏମିତି କି ଉଭୟ ଉଭୟଙ୍କୁ ସମାନ ଭାବେ ସମ୍ମାନ ଦେବା ମଧ୍ୟ ଆରମ୍ଭ କଲେଣି ।

ପୁରାତନ କାଳରେ, ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କୁ ସମାନ ଭାବେ ବିବେଚିତ କରାଯାଉ ନ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ସ୍ୱାମୀ ଏବଂ ସ୍ତ୍ରୀ କେବଳ ପାଠପଢା ଏବଂ ଚାକିରିରେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ, ବରଂ ଘରର କାମ ବି ସମାନ ଭାବେ କରିଥାନ୍ତି । ଏବେ ଜଣେ ବର ମଞ୍ଚ ଉପରେ କନ୍ୟାର ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ସେ ପ୍ରମାଣ କରି ଦେଖାଇଦେଲେ ଯେ, ବର-କନ୍ୟା ସମାନ । ଏଭଳି ଏକ ଭାଇରାଲ ଭିଡ଼ିଓକୁ ନେଇ ଖୁବ୍ ଚର୍ଚ୍ଚା ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବର ଓ କନ୍ୟା ମଞ୍ଚ ଉପରେ ଉଭୟ ଉଭୟଙ୍କୁ ବରଣମାଳା ପିନ୍ଧାଉଛନ୍ତି । ପରେ କନ୍ୟା ବରର ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି । ଏହାର ପ୍ରତିବଦଳରେ ବର ମଧ୍ୟ କନ୍ୟାର ପାଦ ଛୁଇଁ ପ୍ରଣାମ କରିଥିଲେ । ଏପରି ଦେଖି କନ୍ୟା ଆଖିରୁ ଲୁହ ଆସିଯାଇଥିଲା । ଆଉ ପାଖରେ ଥିବା ଅତିଥି ଓ ସମ୍ପର୍କୀୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave A Reply

Your email address will not be published.