Latest Odisha News

BREAKING NEWS

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ହସ୍ପିଟାଲରେ ହେଲେ ଭର୍ତ୍ତି

ଭୁବନେଶ୍ଵର: ସୁଟିଂ ସେଟରେ ଆହତ ହେଲେ ଓଲିଉଡ୍ ଅଭିନେତା ଶ୍ରୀତମ ଦାସ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୁବନେଶ୍ଵରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତଙ୍କ ଗୋଡରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଆସୁଥିବା ନୂତନ ଓଡିଆ ଚଳଚ୍ଚିତ୍ର ‘ନବ କଳେବର’ର ସୁଟିଂ ବାଙ୍କିରେ ଚାଲିଥିବା ବେଳେ ଶ୍ରୀତମ ଏକ ଘୋଡାରୁ ପଡି ଆହତ ହୋଇଛନ୍ତି ।  ତାଙ୍କ ଗୋଡ ଓ ଡାହାଣ ହାତରେ ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ତା ସ୍ତିର ଥିବା ଜଣାପଡିଛି । ସେପଟେ ଶ୍ରୀତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ଫ୍ୟାନ୍ସ।

ଜଣେ ପସିଦ୍ଧ ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି ଶ୍ରୀତମ । ଦୀର୍ଘବର୍ଷ ହେଲା ଓଲିଉଡର ଅନେକ ଫିଲ୍ମରେ ନାୟକ ଏବଂ ଖଳ ଭୂମିକାରେ ଅଭିନୟ କରିଛନ୍ତି ଶ୍ରୀତମ ।

Leave A Reply

Your email address will not be published.