Latest Odisha News

BREAKING NEWS

ପାରଳାଖେମୁଣ୍ଡିର ୩ଟି ସୁନା ଦୋକାନରେ ଜିଏସଟି ରେଡ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ୩ଟି ସୁନା ଦୋକାନରେ ଆଜି ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ଏନେଇ ବ୍ରହ୍ମପୁର ସିଟି ଆଣ୍ଡ ଜିସଟି ଅଧିକାରୀ ମନୋଜ ପଣ୍ଡା କହିଛନ୍ତି, ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ୩ଟି ସ୍ୱର୍ଣ୍ଣ ଅଳଙ୍କାର ଦୋକାନରେ ଚଢ଼ାଉ କରାଯାଇଛି ।

୩ଟି ଦୋକାନରେ ଜିଏସଟିର ୯ ଜଣିଆ ଟିମ୍ ରେଡ୍ କରୁଛି । ୩ଟି ଯାକ ଅଳଙ୍କାର ଦୋକାନ ସୂର୍ଯ୍ୟା ହଲମାର୍କର ବୋଲି ଜଣାପଡ଼ିଛି । ଟିକସ ତଥ୍ୟ ଏବଂ ଅନ୍ୟ କାଗଜପତ୍ରର ଯାଞ୍ଚ କରିଛନ୍ତି ଜିଏସଟି ଅଧିକାରୀ । ସେହିଭଳି ଜିଏସଟି ଅଧିକାରୀ ଗଚ୍ଛିତ ସ୍ୱର୍ଣ୍ଣ ଅଳଙ୍କାରର ମଧ୍ୟ ତନଖି କରୁଛନ୍ତି ।

ଏହାଛଡ଼ା ଜିଏସଟି ଅଧିକାରୀ ଦୋକାନ ପକ୍ଷରୁ ଗ୍ରାହକଙ୍କୁ ଦିଆ ଯାଇଥିବା ବିଲର ମଧ୍ୟ ଯାଞ୍ଚ କରିଥିବା ଜଣା ପଡ଼ିଛି । ଟିକସ ଫାଙ୍କା ଯାଇଛି କି ନାହିଁ ଯାଞ୍ଚ ପରେ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକାରୀ ।

Leave A Reply

Your email address will not be published.