Latest Odisha News

BREAKING NEWS

କମ୍ବିଂ ବେଳେ ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର: ହାର୍ଡକୋର ମାଓବାଦୀଙ୍କ ହାତରେ ପଡ଼ିଲା ହାତକଡ଼ି । କମ୍ବିଂ ବେଳେ ନବରଙ୍ଗପୁର ପୋଲିସକୁ ସଫଳତା ମିଳିଛି । ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ ।

ମଙ୍ଗଳବାର ସିଆରପିଏଫ୍, ଏସଓଜି ଓ ଡିଭିଏଫର ମିଳିତ କମ୍ବିଂ ବେଳେ ରାଇଘର ଥାନା ହାତୀ ଗାଁ ସଂରକ୍ଷିତ ଜଙ୍ଗଲରୁ ୨ ମାଓବାଦୀଙ୍କୁ ଗିରଫ କରାଯାଇଛି । ହାର୍ଡକୋର ମାଓବାଦୀ ପୂଜା ମାଣ୍ଡଭି ସହ ମାଓ ମିଲିସିଆ ସମୁଦ୍ର ବାଘଙ୍କୁ ଗିରଫ କରାଯାଇଛି । ମାଣ୍ଡଭିର ଘର ଛତିଶଗଡ଼ର ସୁକୁମା ଜିଲ୍ଲାରେ ହୋଇଥିବା ବେଳେ ସମୁଦ୍ର ବାଘର ଘର ନୂଆପଡ଼ା ଜିଲ୍ଲାରେ ।

ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଂଗଠନରେ କାର୍ଯ୍ୟରତ ଥିଲେ । ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ଥିଲେ । ନୂଆପଡ଼ା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟାରିଂ ମାମଲା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାର୍ଯ୍ୟରେ ଜଡ଼ିତ ଥିବା କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ।

ପୂଜା ମାଣ୍ଡଭିଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମାଓବାଦୀ ନେଉଥିବା ବେଳେ କମ୍ବିଂ ଅପରେସନରେ ଧରା ପଡ଼ିଥିଲେ । ତେବେ ଛତିଶଗଡ଼ର ପୂଜା ମାଣ୍ଡଭି କେଉଁ କେଉଁ ମାଓ ହିଂସାରେ ସମ୍ପୃକ୍ତ ସେନେଇ ଅଧିକ ତଦନ୍ତ କରାଯାଉଥିବା ଡିଆଜି କହିଛନ୍ତି ।

Leave A Reply

Your email address will not be published.