Latest Odisha News

BREAKING NEWS

ଶିକ୍ଷକ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗେଷ୍ଟ ଲେକଚରର ନିଯୁକ୍ତିକୁ ଅନୁମତି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ସଂସ୍ଥାରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗେଷ୍ଟ ଲେକଚରର ନିଯୁକ୍ତିକୁ ଅନୁମତି ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଦୀର୍ଘଦିନ ଧରି ଅନେକ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ପାଠପଢ଼ା ପ୍ରଭାବିତ ହେଉଥିଲା। ଏହି ପରିସ୍ଥିତିରେ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବା ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ନ ଆସିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

 

ସୂଚନା ଅନୁସାରେ, ପୂର୍ବରୁ କାର୍ଯ୍ୟରତ ଥିବା ଗେଷ୍ଟ ଫ୍ୟାକଲ୍ଟିମାନଙ୍କୁ ପୁନଃ ନିଯୁକ୍ତ କରାଯିବା ସହ ଆବଶ୍ୟକତା ଅନୁଯାୟୀ ନୂଆ ଗେଷ୍ଟ ଲେକଚରରଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ନିଯୁକ୍ତି ପ୍ରକ୍ରିୟା ସରକାରଙ୍କ ନିର୍ଦ୍ଦେଶିକା ଅନୁଯାୟୀ କରାଯିବ ବୋଲି କୁହାଯାଇଛି।

 

ଉଚ୍ଚଶିକ୍ଷା ବିଭାଗର କହିବା ଅନୁଯାୟୀ, ନିୟମିତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଗେଷ୍ଟ ଫ୍ୟାକଲ୍ଟିମାନେ କାମ କରିବେ।

Comments are closed.