Latest Odisha News

BREAKING NEWS

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ବାହାରୁ ଓଡ଼ିଶାକୁ ଏବେ ପ୍ରବାସୀମାନେ ଆସୁଛନ୍ତି । ଟ୍ରେନ୍ ଏବଂ ବିମାନରେ ସେମାନଙ୍କୁ ଅଣାଯାଉଛି । ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଟ୍ରେନ୍ ଯିବାଆସିବା କରୁଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡାଲଇନ୍ ଜାରି କରିଛନ୍ତି । ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନାଁ ପଞ୍ଜୀକରଣ କରିବାକୁ ବାଧ୍ୟ । ସେହି ତଥ୍ୟକୁ ପ୍ରଥମେ ଯାଂଚ କରାଯିବ । ଯଦି ଠିକ୍ ନଥିବ ତେବେ ଫୋନ୍ କରାଯାଇ ସମ୍ପୂର୍ଣ୍ଣ ତଥ୍ୟ ମଗାଯିବ।
ଯେଉଁ ଯାତ୍ରୀମାନେ ବିମାନଯୋଗେ ଆସିବେ ସେମାନେ ପ୍ରଥମେ ପଞ୍ଜୀକରଣ କରିବେ। ବିମାନଯାତ୍ରୀଙ୍କ ଯେତିକି ତଥ୍ୟ ମିଳିବ ତାକୁ ଜିଲାଓ୍ବାରୀ ଏବଂ ସହରାଞ୍ଚଳ ଅଧିକାରୀଙ୍କ ପାଖକୁ ପଠାଯିବ। ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ସହରାଞ୍ଚଳ ଓ୍ବାଡ୍ ନୋଡାଲ ଅଫିସରଙ୍କୁ ପଠାଯିବ। ବିମାନରୁ ୨୦ ଜଣିଆ ବ୍ୟାଚ୍ କରି ଅଣାଯିବ। ଟର୍ମିନାଲ ବାହାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ।

କୋଭିଡ-୧୯ ଲକ୍ଷଣ ଥିଲେ ତାଙ୍କୁ ଅଲଗା କରାଯାଇ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନେଇ ପରୀକ୍ଷଣ ଏବଂ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯିବ। ହୋମ କ୍ୱାରାଣ୍ଟାଇନ୍‌ରେ ୨୮ ଦିନ ରହିବେ। ସରକାରଙ୍କ ନିୟମ ମାନିବେ। ଯଦି ସେମାନେ ଏଥିରେ ଖିଲାପ କରନ୍ତି ଜାତୀୟ ବିପର‌୍ୟ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଏବଂ ଅନ୍ୟାନ୍ୟ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯିବ। ତାଙ୍କ ଘର ଆଗରେ କ୍ୱାରାଣ୍ଟାଇନ୍ ବୋର୍ଡ ଲାଗିବ।

ଯଦି ଉକ୍ତ ସମୟରେ ଅସୁସ୍ଥତା ଅନୁଭବ କରନ୍ତି ତେବେ ୧୦୪ ହେଲ୍ପ ଲାଇନ୍ ନଂରେ ଯୋଗାଯୋଗ କରି ଜଣାନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ। ସେହିଭଳି ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଇଛି। ଷ୍ଟେଶନକୁ ସିଲ୍ କରାଯାଇ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ହୋମ୍ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ନିୟମିତ ତଦାରଖ କରାଯିବ। ଯେଉଁମାନେ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯିବେ ସେମାନେ ଟିକେଟ ଦେଖାଇ ସେମାନେ ଯାତ୍ରା କରିପାରିବେ। ପ୍ଲାଟଫର୍ମକୁ ପଶିବା ପୂର୍ବରୁ ତାଙ୍କୁ ସ୍କ୍ରିନିଂ କରାଯିବ।

Leave A Reply

Your email address will not be published.