Latest Odisha News

BREAKING NEWS

୧୧ ବର୍ଷୀୟ ହ୍ୟାକର : ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ପୁଅ ମାଗୁଥିଲା ୧୦ କୋଟି 

ନୂଆଦିଲ୍ଲୀ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ପିଲା । ବୟସ ମାତ୍ର ୧୧ ବର୍ଷ । ହ୍ୟାକିଂ ବିଦ୍ୟାରେ ନିପୁଣ । ନିଜର ବିଦ୍ୟାର ପରୀକ୍ଷା ପାଇଁ ହ୍ୟାକିଂ ଜାଲରେ ନିଜ ବାପାକୁ ଫସାଇଦେଇଛି ଏହି ୧୧ବର୍ଷିୟ ବାଳକ । ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ମାଗିଛି ୧୦ କୋଟି ଟଙ୍କା । ଟଙ୍କା ଦିଅ ନହେଲେ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଦେବି ବୋଲି ମଧ୍ୟ ଧମକ ଦେଇଛି । ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ।

ଗତ ସପ୍ତାହରେ ଗାଜିଆବାଦର ଜଣେ ବ୍ୟକ୍ତି ହ୍ୟାକିଂରେ ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହ୍ୟାକର ତାଙ୍କ ପରିବାର ଉପରେ ନଜର ରଖୁଥିବା ନେଇ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ। ଏହା ସହ ହ୍ୟାକର ତାଙ୍କର ଇମେଲ୍‌ ଆଇଡି ଓ ପାସଓ୍ବାର୍ଡ ହ୍ୟାକ୍‌ କରି ଧମକପୂର୍ଣ୍ଣ ଇମେଲ୍‌ ପଠାଉଥିବା ବି ଅଭିଯୋଗ କରିଥିଲେ ।

ପରେ ଏହି ମାମଲାରେ ପୋଲିସର ସାଇବର ସେଲ୍‌ ଯାଞ୍ଚ ଆରମ୍ଭ କରିଥିଲା। ଇମେଲ ପଠାଉଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସ୍‌ ପାଇବା ପରେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୀଡ଼ିତ ବ୍ୟକ୍ତିଙ୍କ ଘରେ ଥିବା ଆଇପି ଆଡ୍ରେସ୍‌ରୁ ହିଁ ଏହି ଇମେଲ୍‌ କରାଯାଇଥିଲା । ଅଭିଯୋଗକାରୀଙ୍କ ୧୧ ବର୍ଷୀୟ ପୁଅକୁ ପଚରା ଉଚରା କରିବା ପରେ ସେ ସତ ମାନିଥିଲା । ୟୁଟ୍ୟୁବରୁ କିଛି ହ୍ୟାକିଂ ଟ୍ରିକ୍‌ ଶିଖିବା ପରେ ପିଲାଟି ନିଜ ବାପାଙ୍କ ଇମେଲ୍‌ ଆଇଡି ହ୍ୟାକ୍‌ କରିଥିବା ନେଇ ସ୍ବୀକାର କରିଛି ।

 

Leave A Reply

Your email address will not be published.